କନକ ବ୍ୟୁରୋ: ସାଂସଦ ଅନୁଭବ ମହାନ୍ତି ବିରୋଧରେ ବର୍ଷା ଆଣିଥିବା ଅଭିଯୋଗ ଏବଂ ବର୍ଷାଙ୍କ ବିରୋଧରେ ଅନୁଭବ ଆଣିଥିବା କିଛି ପ୍ରମୁଖ ଅଭିଯୋଗ ଉପରେ ନଜର ପକାନ୍ତୁ ।
ବର୍ଷାଙ୍କ ଅଭିଯୋଗ
• ଅନୁଭବ ଜଣେ ମଦ୍ୟପ
• ଖରାପ ଭାଷାରେ ଗାଳି କରୁଥିଲେ
• ମାଡ ମାରନ୍ତି, ବାଡିରେ ପିଟନ୍ତି
• ପୋକମାଛି ଭଳି ବ୍ୟବହାର କରନ୍ତି
ଏବେ ନଜର ପକାନ୍ତୁ ପତ୍ନୀଙ୍କ ଏଭଳି ଅଭିଯୋଗ ଆସିବା ପରେ କୋର୍ଟରେ ଅନୁଭବଙ୍କ କଣ ରହିଛି ଅଭିଯୋଗ
• ସମ୍ପର୍କ ରଖୁନଥିଲେ ବର୍ଷା
• ପତ୍ନୀର ଦାୟିତ୍ୱ ତୁଳାଉନଥିଲେ
• ଅଭିନେତ୍ରୀଙ୍କ ସହ ସମ୍ପର୍କ ମିଛ
• ପରିବାରଙ୍କୁ ଖରାପ ବ୍ୟବହାର କରୁଥିଲେ
ତେବେ ଦିଲ୍ଳୀର ପଟିଆଲା ହାଉସ୍ କୋର୍ଟରେ ଅନୁଭବ ମହାନ୍ତି ଦାଖଲ କରିଥିବା ପିଟିସନର କପି କନକ ନ୍ୟୁଜର ହସ୍ତଗତ ହୋଇଛି । ଏଥିରେ ବର୍ଷାଙ୍କ ବିରୋଧ କ’ଣ ସବୁ ଉଲେଖ କରିଛନ୍ତି ନଜର ପକାନ୍ତୁ ।
ଛାଡପତ୍ର ନେଇ ଅନୁଭବଙ୍କ ପିଟିସନ
• ପ୍ରଥମ ରାତିରେ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା
• ସମ୍ପର୍କ ରଖିବାକୁ ୩ରୁ ୪ ମାସ ସମୟ ମାଗିଥିଲେ ବର୍ଷା
• ପତ୍ନୀଙ୍କ ଏଭଳି ଆଚରଣ ମର୍ମାହତ କରିଥିବା ପିଟିସନରେ ଉଲ୍ଲେଖ
• ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ସମ୍ପର୍କରେ ସୁଧାର ଆଣିବାକୁ ଚେଷ୍ଟା କରିଥିଲେ
• ଜନ୍ମଦିନରେ ସବୁ କିଛି ସ୍ୱାଭାବିକ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ବର୍ଷା
• ଏଥିପାଇଁ ବ୍ୟାପକ ଆୟୋଜନ କରିଥିଲେ ଅନୁଭବ
• ଏହାସତ୍ତେ୍ୱ ମଧ୍ୟ ବର୍ଷାଙ୍କର କଠିନ ହୃଦୟ ତରଳିନଥିବା ପିଟିସନରେ ଉଲ୍ଲେଖ
• ଅନୁଭବଙ୍କ ଘରୁ ଖାଇବା ଖାଉନଥିଲେ ବର୍ଷା
• ଦିଲ୍ଲୀର ଗୃହପ୍ରବେଶ ପୂଜା ଦିନ ସାମିଲ ହୋଇନଥିଲେ ବର୍ଷା
• ପୂଜାରେ ସାମିଲ ହେବାକୁ ଅନୁରୋଧ କରିବା ସତ୍ତେ୍ୱ ମନା କରିଥିଲେ ବର୍ଷା
• ଜୁନ୍ ୨୦୧୫ରେ ବର୍ଷାଙ୍କୁ ଆମେରିକା ନେଇଥିଲେ ଅନୁଭବ
• ସମ୍ପର୍କକୁ ସହଜ କରିବାକୁ ସ୍ୱତନ୍ତ୍ର ଆୟୋଜନ କରିଥିଲେ ଅନୁଭବ
• ଆମେରିକାରେ ମଧ୍ୟ ସମ୍ପର୍କ ରଖିବାକୁ ବର୍ଷା ଅମଙ୍ଗ ହୋଇଥିବା ପିଟିସନରେ ଉଲ୍ଲେଖ
• ଅନୁଭବଙ୍କୁ ସ୍ୱାମୀ ଭଳି ଦେଖୁନଥିଲେ ବର୍ଷା
• ୨୦୧୬ରେ ଅନୁଭବ ଓ ସହ-ଅଭିନେତ୍ରୀଙ୍କ ସମ୍ପର୍କକୁ ନେଇ ମିଛ ଅଭିଯୋଗ ଆଣିଥିଲେ ବର୍ଷା
• ପରିବାରକୁ ମିଛ ଅପରାଧିକ ମାମଲାରେ ପକାଇବା ପାଇଁ ବର୍ଷା ଧମକ ଦେଉଥିବା ପିଟିସନରେ ଉଲ୍ଲେଖ
• ୨୦୧୯ ମେ’ ୧ରୁ ବର୍ଷା ଅଲଗା ରହୁଥିବା ପିଟିସନରେ ଉଲ୍ଲେଖ କରିଛନ୍ତି ଅନୁଭବ
• ବର୍ଷା ଭଲ ବୋହୂ ଓ ପତ୍ନୀ ହେବାରେ ବିଫଳ ହୋଇଛନ୍ତି
• ବର୍ଷା ପ୍ରିୟଦର୍ଶିନୀଙ୍କ ଦାବି ଗ୍ରହଣଯୋଗ୍ୟ ନଥିଲା, ଏହା ମାନସିକ ଦୁଶ୍ଚିନ୍ତା ବଢାଇଥିଲା