କନକ ବ୍ୟୁରୋ : ପୁଣି କୋର୍ଟରେ ହାଜର ହେଲେ ଉଭୟ ବର୍ଷା ଓ ଅନୁଭବ । ପାରିବାରିକ ବିବାଦ ଓ ବିବାହ ବିଚ୍ଛେଦ ମାମଲା ନେଇ ଉଭୟ କୋର୍ଟଙ୍କ ଆଶ୍ରୟ ନେଇଛନ୍ତି । ଆଜି ଉଭୟଙ୍କୁ ବିବାଦର ବୁଝାମଣା ପାଇଁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଥିଲା । ଆଗରୁ ଉଭୟ କୋର୍ଟରେ ହାଜର ହୋଇଥିଲେ ସୁଦ୍ଧା ଏଯାଏଁ ବିବାଦର ସମାଧାନ ବାହାରିପାରିନାହିଁ ।
ଗତ ୯ ତାରିଖ ଦିନ ବିବାହ ବିଚ୍ଛେଦ ମାମଲାର ଆପୋଷ ବୁଝାମଣା କରିବା ପାଇଁ ଫ୍ୟାମିଲ କୋର୍ଟଙ୍କୁ ଉଭୟଙ୍କୁ ଡକା ଯାଇଥିଲା । ପ୍ରଥମ ଥର ପାଇଁ କୋର୍ଟ ରୁମରେ ଉଭୟ ସାମ୍ନା-ସାମ୍ନି ବସିଥିଲେ, ଅନୁଭବ କହିଥିଲେ, ସେ ବିବାହ ବିଚ୍ଛେଦ ଚାହାନ୍ତି କିନ୍ତୁ ବର୍ଷା ବିବାହ ବିଚ୍ଛେଦ ଚାହୁଁନଥିବା ଶୁଣିବାକୁ ମିଳିଥିଲା । ଆଜି ପୁଣି ଉଭୟଙ୍କୁ ସାମ୍ନା ସାମ୍ନି ବସାଇ କାଉନସେଲିଂ କରାଯିବ ବୋଲି ଜଣାପଡ଼ିଛି ।