ଅନୁଭବ-ବର୍ଷା ବିବାହ ବିଚ୍ଛେଦ ମାମଲା। ଆଇନଜୀବୀଙ୍କ ଜରିଆରେ ବର୍ଷାଙ୍କୁ ଦେଲେ ଗିଫ୍ଟ।

515

କନକ ବ୍ୟୁରୋ: ସାଂସଦ ଅନୁଭବ ମହାନ୍ତି-ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ବିବାହ ବିଚ୍ଛେଦ ମାମଲା । ସାକ୍ଷ୍ୟ ଗ୍ରହଣ ପାଇଁ ଫ୍ୟାମିଲ କୋର୍ଟରେ ଆଜି ହାଜର ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତି । କୋର୍ଟରେ ହାଜର ହେବା ସହ ଆଇନଜୀବୀଙ୍କ ଜରିଆରେ ବର୍ଷାଙ୍କୁ ଏକ ଗିଫ୍ଟ ଦେଇଛନ୍ତି ଅନୁଭବ ।

ନିଜ ଓକିଲଙ୍କ ଜରିଆରେ ବର୍ଷାଙ୍କୁ ଏକ ଭଗବତ୍ ଗୀତା ଦେଇଛନ୍ତି । ଭଗବତ୍ ଗୀତା ପଢି ଏହି ବିବାଦ ତୁଟାଇବା ଦିଗରେ ପଦକ୍ଷେପ ନେବାକୁ ବର୍ଷାଙ୍କୁ ପରାମର୍ଶ ଦେଇଛନ୍ତି ସାଂସଦ ଅନୁଭବ ମହାନ୍ତି । ୨ ବର୍ଷ ହେଲା ବର୍ଷା-ଅନୁଭବ ବିବାଦ କୋର୍ଟରେ ରହିଛି ।