ପାରିବାରିକ ବିବାଦକୁ ନେଇ ଚର୍ଚ୍ଚାରେ ପରଦାର ହିଟ ଯୋଡି: ଅନୁଭବଙ୍କ ବିରୋଧରେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ କରିଥିବା ଅଭିଯୋଗର ଆଜି ଶୁଣାଣି; ଦାମ୍ପତ୍ୟ ସମ୍ପର୍କର ସୁରକ୍ଷାର ଅନୁରୋଧ କରି ରୁଜୁ ମାମଲାର ଶୁଣାଣି କରିବେ କଟକ ପରିବାର ଅଦାଲତ

197

କନକ ବ୍ୟୁରୋ: କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ କରିଥିବା ଅଭିଯୋଗର ଆଜି ଶୁଣାଣି । କଟକ ପରିବାର ଅଦାଲତରେ ବର୍ଷା ନିଜ ଦାମ୍ପତ୍ୟ ସମ୍ପର୍କର ସୁରକ୍ଷାର ଅନୁରୋଧ କରି ରୁଜୁ କରିଥିବା ମାମଲାର ଶୁଣାଣି ହେବ । ସେପଟେ ଅନୁଭବଙ୍କ ଅଭିଯୋଗର ଜବାବ ସୋସିଆଲ ମିଡିଆରେ ଦେଇଛନ୍ତି ବର୍ଷା ପ୍ରିୟଦର୍ଶିନୀ । ଫେସବୁକରେ ପୋଷ୍ଟ କରି ବର୍ଷା ଲେଖିଛନ୍ତି, ସତ କେବେ ଲୁଚି ରହେନା । ଜଣକ ଉପରେ ମିଛ ଅଭିଯୋଗ ଆଣି ଜଣକ ଚରିତ୍ର ଉପରେ ଆଙ୍ଗୁଠି ଉଠାଇବା ଆଗରୁ ଭଗବାନଙ୍କୁ ଭୟ କରିବା ଉଚିତ । ମୋର ଭଗବାନଙ୍କ ଉପରେ ସଂପୂର୍ଣ୍ଣ ବିଶ୍ୱାସ ରହିଛି ।

ଏପରି ଖରାପ ସମୟର ମୁକାବିଲା ପାଇଁ ସମସ୍ତଙ୍କ ଆଶିର୍ବାଦ କାମନା କରୁଛି ବୋଲି ପୋଷ୍ଟରେ ଲେଖିଛନ୍ତି ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଅନୁଭବ ଜଣେ ମଦ୍ୟପ ଓ ଶାରୀରିକ ନିର୍ଯାତନା ଦେଉଥିବା ନେଇ ବର୍ଷା ସଂଗୀନ ଅଭିଯୋଗ କରିଥିଲେ । ସେପଟେ ପତ୍ନୀଙ୍କ ଆଚରଣକୁ ନେଇ ଅସନ୍ତୁଷ୍ଟ ଅନୁଭବ, ଛାଡପତ୍ର ପାଇଁ କୋର୍ଟରେ ୪୭ ପୃଷ୍ଠାର ଏକ ପିଟିସନ କରିଛନ୍ତି । ଅନୁଭବଙ୍କ ଓକିଲ କହିଛନ୍ତି ଯଦି ବର୍ଷା ଘରୋଇ ହିଂସାର ଶିକାର ହେଉଥିଲେ ତେବେ ଏତେ ଦିନ ଚୁପ ରହିଥିଲେ କାହିଁକି ? ଦିଲ୍ଳୀର ପଟିଆଲା ହାଉସ୍ କୋର୍ଟରେ ଅନୁଭବ ମହାନ୍ତି ଦାଖଲ କରିଥିବା ପିଟିସନ୍‌ର କପି କନକ ନ୍ୟୁଜ୍‌ର ହସ୍ତଗତ ହୋଇଛି ।