ନିର୍ବାଚନୀ ରାଲି ସମୟରେ ସମୟରେ ଅନୁଭବ ଦେଖାଇଲେ ମାନବିକତା ! ଆସନ୍ନ ପ୍ରସବାଙ୍କୁ ଜାମ ମଧ୍ୟରୁ ଉଦ୍ଧାର କଲେ ଅନୁଭବ 

Advertisment
ନିର୍ବାଚନୀ ରାଲି ସମୟରେ ସମୟରେ ଅନୁଭବ ଦେଖାଇଲେ ମାନବିକତା ! ଆସନ୍ନ ପ୍ରସବାଙ୍କୁ ଜାମ ମଧ୍ୟରୁ ଉଦ୍ଧାର କଲେ ଅନୁଭବ 
କନକ ବ୍ୟୁରୋ : କେନ୍ଦ୍ରାପଡ଼ାରେ ପ୍ରାର୍ଥିପତ୍ର ଦାଖଲ ପାଇଁ ଲକ୍ଷାଧିକ ଲୋକଙ୍କ ଭିଡ ଜମିଥିଲା। ସବୁ ରାସ୍ତାଘାଟ ଜାମ୍ ହୋଇଯାଇଥିଲା। ଭିଡ଼ ଭିତରେ ଏକ ଅଟୋରେ ଫସି ରହିଥିବା ଜଣେ ଆସନ୍ନ ପ୍ରସବାଙ୍କୁ ବିଜେଡି ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତି ମେଡିକାଲ ଯିବାକୁ ବାଟ କଢାଇ ଚର୍ଚ୍ଚାକୁ ଆସିଛନ୍ତି। ଗତକାଲି ଦିନ ପ୍ରାୟ ସାଢେ଼ ୧୧ଟା ବେଳେ ଦୁହୁରିଆରୁ ତିନିମୁହାଣ ଛକବାଟେ କେନ୍ଦ୍ରାପଡ଼ା ସା˚ସଦ ପ୍ରାର୍ଥୀ ଅନୁଭବ ମହାନ୍ତି ଯାଉଥିବା ବେଳେ ସାନ୍ଧ୍ୟ ମହାବିଦ୍ୟାଳୟ ନିକଟରେ ଜଣେ ଆସନ୍ନ ପ୍ରସବା ଭିଡ଼ ଭିତରେ ଫସି ଯାଇଥିଲେ। ଅନୁଭବଙ୍କ ନଜର ପଡ଼ିଥିଲା ସେହି ଅଟୋ ଉପରେ। ତୁରନ୍ତ ସେ ଗାଡ଼ିରୁ ଓହ୍ଲାଇବା ମାତ୍ରେ ଅଟୋ ଚାଳକ ହାତ ଯୋଡ଼ି ସମସ୍ୟା ବିଷୟରେ କହିଥିଲେ। ଅନୁଭବ ନିଜେ ଅଟୋଟିକୁ ଟ୍ରାଫିକ୍ ଜାମ୍ ଭିତରୁ ମୁକୁଳାଇବାକୁ ଲାଗି ପଡ଼ିଥିଲେ। ଗୋଟିଏ ପଟେ ସେ ଟ୍ରାଫିକ୍ ଜାମ୍ ହଟାଇବାକୁ ଚେଷ୍ଟା କରୁଥିବା ବେଳେ ଅନ୍ୟ ପଟେ ତାଙ୍କୁ ଦେଖିବାକୁ ଫ୍ୟାନଙ୍କ ନାହିଁ ନଥିବା ଭିଡ଼ ଜମି ଯାଇଥିଲା।
 publive-imageକିନ୍ତୁ ସେ ପ୍ରଥମେ ଗର୍ଭବତୀ ମହିଳାଙ୍କ ଅଟୋଟିକୁ ଏକପାଖିଆ ରାସ୍ତାର ଡାହାଣ ପାର୍ଶ୍ବ ରାସ୍ତାରେ ବାଟ କଢ଼ାଇ ତିନି ମୁହାଣି ପର୍ଯ୍ୟନ୍ତ ନେଇ ଛାଡ଼ିଥିଲେ। ପରେ ଅଟୋଟିକୁ କୌଣସି ମତେ କେନ୍ଦ୍ରାପଡ଼ା ହସ୍ପିଟାଲ ପର୍ଯ୍ୟନ୍ତ ନିଆଯାଇ ପାରିଥିଲା। ଏହି ଘଟଣା କେନ୍ଦ୍ରାପଡାରେ ଚର୍ଚ୍ଚାର ପ୍ରସଙ୍ଗ ହେବା ସହ ଅନେକ ଏହାକୁ ପ୍ରଶଂସା କରିଛନ୍ତି।
publive-imageକେବଳ ଏତିକି ନୁହେଁ ସେପଟେ, କନ୍ଧମାଳରେ ମଧ୍ୟ ସମାନ ଦୃଶ୍ୟ ଦେଖିବା ପାଇଁ ମିଳିଥିଲା । ବିଏସପି ସାଂସଦ ପ୍ରାର୍ଥୀ ଅମୀର ନାୟକ ମଧ୍ୟ ଜଣେ ଗର୍ଭବତୀଙ୍କୁ ମେଡିକାଲ ନେଇ ଥିବା ଜଣାପଡିଛି । ଆମ୍ବୁଲାନସ ଆସିବାରେ ବିଳମ୍ବ ହେବ, ଏଭଳି ନାସ୍ତିବାଣୀ ଶୁଣିଲା ପରେ ଚିନ୍ତାରେ ପଡିଥିଲେ ସମ୍ପର୍କୀୟ। ଗର୍ଭବତୀଙ୍କ ପେଟରେ ଥିବା ଶିଶୁର ଅବସ୍ଥା କଣ ହେବ ବୋଲି ଆଶା ଆଶଙ୍କାରେ ପରିବାର ଲୋକ ଥିବା ବେଳେ ସେମାନଙ୍କ ପାଇଁ ଦେବଦୂତ ସାଜିଥିଲେ କନ୍ଧମାଳ ଲୋକସଭା ବିଏସପି ପ୍ରାର୍ଥୀ ଅମୀର ନାୟକ। ନିଜେ ଚଳାଇ ଥିବା ପ୍ରଚାରକୁ ହଠାତ୍ ବନ୍ଦ କରିଥିଲେ। ଆଉ ତୁରନ୍ତ ନିଜ ଗାଡିରେ ଗର୍ଭବତୀ ମହିଳାଙ୍କୁ ବାଲିଗୁଡାରୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚାଇଥିଲେ। ଏଭଳି ମହାନତା କାମକୁ ନେଇ ଅମୀରଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା ମିଳିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe