କନକ ବ୍ୟୁରୋ : କେନ୍ଦ୍ରାପଡ଼ାରେ ପ୍ରାର୍ଥିପତ୍ର ଦାଖଲ ପାଇଁ ଲକ୍ଷାଧିକ ଲୋକଙ୍କ ଭିଡ ଜମିଥିଲା। ସବୁ ରାସ୍ତାଘାଟ ଜାମ୍ ହୋଇଯାଇଥିଲା। ଭିଡ଼ ଭିତରେ ଏକ ଅଟୋରେ ଫସି ରହିଥିବା ଜଣେ ଆସନ୍ନ ପ୍ରସବାଙ୍କୁ ବିଜେଡି ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତି ମେଡିକାଲ ଯିବାକୁ ବାଟ କଢାଇ ଚର୍ଚ୍ଚାକୁ ଆସିଛନ୍ତି। ଗତକାଲି ଦିନ ପ୍ରାୟ ସାଢେ଼ ୧୧ଟା ବେଳେ ଦୁହୁରିଆରୁ ତିନିମୁହାଣ ଛକବାଟେ କେନ୍ଦ୍ରାପଡ଼ା ସା˚ସଦ ପ୍ରାର୍ଥୀ ଅନୁଭବ ମହାନ୍ତି ଯାଉଥିବା ବେଳେ ସାନ୍ଧ୍ୟ ମହାବିଦ୍ୟାଳୟ ନିକଟରେ ଜଣେ ଆସନ୍ନ ପ୍ରସବା ଭିଡ଼ ଭିତରେ ଫସି ଯାଇଥିଲେ। ଅନୁଭବଙ୍କ ନଜର ପଡ଼ିଥିଲା ସେହି ଅଟୋ ଉପରେ। ତୁରନ୍ତ ସେ ଗାଡ଼ିରୁ ଓହ୍ଲାଇବା ମାତ୍ରେ ଅଟୋ ଚାଳକ ହାତ ଯୋଡ଼ି ସମସ୍ୟା ବିଷୟରେ କହିଥିଲେ। ଅନୁଭବ ନିଜେ ଅଟୋଟିକୁ ଟ୍ରାଫିକ୍ ଜାମ୍ ଭିତରୁ ମୁକୁଳାଇବାକୁ ଲାଗି ପଡ଼ିଥିଲେ। ଗୋଟିଏ ପଟେ ସେ ଟ୍ରାଫିକ୍ ଜାମ୍ ହଟାଇବାକୁ ଚେଷ୍ଟା କରୁଥିବା ବେଳେ ଅନ୍ୟ ପଟେ ତାଙ୍କୁ ଦେଖିବାକୁ ଫ୍ୟାନଙ୍କ ନାହିଁ ନଥିବା ଭିଡ଼ ଜମି ଯାଇଥିଲା।
/kanak/media/post_attachments/wp-content/uploads/2019/04/ked.jpg)
/kanak/media/post_attachments/wp-content/uploads/2019/04/plbapl8-bsp-candiate-amir-nayak-1.jpg)