କନକ ବ୍ୟୁରୋ : ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହିତ ବ୍ୟକ୍ତିଗତ ବିବାଦ କ୍ରମଶଃ ଅଧିକ ବିବାଦୀୟ ହୋଇପଡ଼ୁଥିବା ବେଳେ ଆଜି ଟୁଇଟ୍ କରି ଏ ବ୍ୟାପାରରେ ପୁଣି ଥରେ ନିଜର ମତ ରଖିଛନ୍ତି ସାଂସଦ ଅନୁଭବ ମହାନ୍ତି।
Kanak News is now on WhatsApp
Join and get latest news updates delivered to you via WhatsApp
ଆଜି ସେ ଟୁଇଟ୍ କରି ଲେଖିଛନ୍ତି, ‘କେତେକ ବ୍ୟକ୍ତିଙ୍କ ଇଙ୍ଗିତରେ ସୋସିଆଲ୍ ମିଡିଆରେ ଗୁଜବ ପ୍ରଚାର କରାଯାଉଛି। ଏହି ମାମଲା ଅଦାଲତଙ୍କ ବିଚାରାଧୀନ ରହିଛି ଏବଂ ମାନ୍ୟବର ଅଦାଲତ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବେ। ଏହା ନିଃସନ୍ଦେହ, ସାଧୁତା ଏବଂ ସତ୍ୟର ବିଜୟ ହେବ।’ ଏହି ଟୁଇଟ୍ ସେ କେବଳ ତାଙ୍କର ଓକିଲ ଅଶ୍ବିନୀ ଦୁବେଙ୍କୁ ଟ୍ୟାଗ୍ କରିଛନ୍ତି।
ଉଭୟ ଅନୁଭବ ଓ ବର୍ଷା ପରସ୍ପରର ଅଭିଯୋଗକୁ ମିଥ୍ୟା ଦର୍ଶାଇ ସୋସିଆଲ୍ ମିଡିଆରେ ପୋଷ୍ଟ କରୁଥିବା ବେଳେ ଆଜି ଉଭୟଙ୍କୁ ଭେଟିଛନ୍ତି କିଛି ମାନବିକ ଅଧିକାର କର୍ମୀ। ଇଣ୍ଟରନ୍ୟାସନାଲ୍ ହ୍ୟୁମାନ ରାଇଟ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ଗୀତାଶ୍ରୀ ଦାସଙ୍କ ନେତୃତ୍ବରେ ଏକ ୫ ଜଣିଆ ପ୍ରତିନିଧି ଦଳ ଅନୁଭବ ମହାନ୍ତିଙ୍କ କଟକ ବାସଭବନକୁ ଯାଇ ଦମ୍ପତ୍ତିଙ୍କୁ ଭେଟି ଆଲୋଚନା କରିଛନ୍ତି।
ମାନବାଧିକାର କର୍ମୀଙ୍କ ସୂଚନା ଅନୁସାରେ, ଅନୁଭବଙ୍କ ବ୍ୟତୀତ ଶାଶୁ ଘରେ ଅନ୍ୟ କେହି ତାଙ୍କ ପ୍ରତି ଅତ୍ୟାଚାର କରିନାହାନ୍ତି ବୋଲି ବର୍ଷା ସ୍ପଷ୍ଟ କରିଛନ୍ତି। କେବଳ ଅନୁଭବ ତାଙ୍କୁ ଅନେକ ସମୟରେ ମଦ୍ୟପାନ କରି ଖରାପ ଭାଷାରେ ଗାଲି ଗୁଳଜ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ବର୍ଷା । ତେବେ ବିବାହ ବିଚ୍ଛେଦ ନୁହେଁ, ସେ ସମାଧାନ ଚାହୁଁଥିବା ମାନବାଧିକାର କର୍ମୀଙ୍କ ଆଗରେ ବର୍ଷା କହିଥିବା ସୂଚନା ମିଳିଛି ।
ତେବେ ମାନାବାଧିକାର କର୍ମୀଙ୍କୁ ଅନୁଭବ ବିବାହ ବିଚ୍ଛେଦ କିମ୍ବା ସମାଧାନ ନେଇ କିଛି ସ୍ପଷ୍ଟ କରି ନ ଥିବା ଜଣାପଡିଛି ।