କନକ ବ୍ୟୁରୋ : କେନ୍ଦ୍ରାପଡା ଲୋକସଭା କ୍ଷେତ୍ରର ପାଟକୁରା ବିଧାନସଭା ଆସନରେ ବିଜେଡିର ରୋଡ୍ ସୋ । ରୋଡ୍ ସୋର ମଂଗ ଧରିଥିଲେ କେନ୍ଦ୍ରାପଡା ଲୋକସଭା ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତି । ଏହି ପ୍ରଚାର ବେଳେ ଅନୁଭବ ପଥପ୍ରାନ୍ତ ସଭା କରିଥିଲେ ।

Advertisment

publive-imageଏକ ଜିପ୍ ଉପରେ ବିଜେଡିର କେନ୍ଦ୍ରାପଡା ଲୋକସଭା ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତି ଓ ତାଙ୍କ ସହିତ ଥିଲେ ପାଟକୁରା ବିଧାନସଭା ଆସନର ବିଧାୟକ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ପୁଅ ।କେନ୍ଦ୍ରାପଡା ଜିଲ୍ଲାର କରିଲୋପାଟଣା ହାଟପଡିଆ ନିକଟରୁ ଆରମ୍ଭ ହୋଇଥିଲା ଏହି ରାଲି । ପରେ ଏହାର ଯମପଡା, ବାହାକଣ୍ଡିଆ, ମେହନ୍ଦିନଗର ଅଂଚଳ ପରିକ୍ରମା କରିଥିଲା ।

publive-imageଏହି ରୋଡ୍ ସୋରେ ପାଟକୁରା ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲ ଶରୀର ଅସୁସ୍ଥତା କାରଣରୁ ଅନୁପସ୍ଥିତ ଯୋଗୁ ତାଙ୍କର ପୁଅ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ବିଜେଡିର କେନ୍ଦ୍ରାପଡା ଲୋକସଭା ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କ ଏହି ରୋଡ୍ ସୋ' ରେ ହଜାର ହଜାର ଜନତାଙ୍କ ସମାଗମ ଦେଖିବାକୁ ମିଳିଥିଲା ।