କନକ ବ୍ୟୁରୋ : ଦଶହରା ବଜାରରେ ଏବେ ଓଡିଆ ଫିଲ୍ମର ଜୋରଦାର ଲଢେଇ । ତିନି ତିନି ଜଣ ଷ୍ଟାରଙ୍କ ଫିଲ୍ମ ବଡପରଦାରେ ରାଜ୍ କରୁଛି । ଓଲିଉଡ ଏବେ ଧିରେ ଧିରେ ଅଧିକ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର
ହେଉଛି । ବିଦେଶର ଲୋକେସନରେ ସୁଟିଂ ହେଉଛି । କିନ୍ତୁ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଆହୁରି ବେଶି କିଛି ଆଶା କରୁଛନ୍ତି ଦର୍ଶକ ।
ଏବେ ଦଶହରାରେ ଓଡିଆ ଫିଲ୍ମରେ କଡା ଟକ୍କର । ଦର୍ଶକଙ୍କ ଭିଡରେ ଜମୁଛି ହଲ । ଅନୁଭବ- ଅରିନ୍ଦମ-ବାବୁସାନଙ୍କ ଫିଲ୍ମଙ୍କୁ ନେଇ ଏବେ ଚାଲିଛି ଚର୍ଚ୍ଚା । ସୁପରଷ୍ଟାର ଅନୁଭବଙ୍କ ବାବୁଲା ବାରବୁଲା ଏକ ନିଆରା ଢଙ୍ଗର ଫିଲ୍ମ ହୋଇଥିବା ବେଳେ ବିଦେଶରେ ଏହାର କେତେ ଅଂଶ ସୁଟିଂ ହୋଇଛି । ଏପଟେ ଅଭିନେତା ଅରିନ୍ଦମ ନିଜେ ପ୍ରଯୋଜନା କରିଛନ୍ତି ଫିଲ୍ମ ଶିବା -ନଟ୍ ଆଉଟ୍ । ଦଶ’ରା ବଜାରରେ ଓଡିଆ ଫିଲ୍ମର କ୍ରେଜ୍ ଜାରି ରହିଛି ଏବଂ ଓଲିଉଡ୍ ଧିରେ ଧିରେ ଅଧିକ ଉନ୍ନତି କରୁଛି ବୋଲି କହୁଛନ୍ତି ଫିଲ୍ମ ଷ୍ଟାର ।
ସେପଟେ ଉଚ୍ଚମାନର ହିନ୍ଦି ଫିଲ୍ମ ଦେଖିବା ପରେ ଓଡିଆ ଦର୍ଶକଙ୍କ ଆଶା ବି ବଢିଛି । ଭଲ କାହାଣୀ, ଭଲ ଜ୍ଞାନକୌଶଳର ଫିଲ୍ମଟି ଦେଖିବାକୁ ବି ସେମାନେ ଚାହାନ୍ତି । ଫିଲ୍ମର ପ୍ରମୋଶନ ହେଉ କି ଷ୍ଟାରକାଷ୍ଟ ହେଉ, ସେଥିପ୍ରତି ଗୁରୁତ୍ୱ ଦିଆଯାଉ ନଥିବା ଅଭିଯୋଗ କରନ୍ତି ଦର୍ଶକ । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ୮୦ ବର୍ଷ ଟପି ସାରିଲାଣି । ଏବେ ବି ବହୁ କ୍ଷେତ୍ରରେ ବିକାଶ ବାକି ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/09/Screen-shot-2017-09-29-at-8.22.43-PM.png)