ଓଲିଉଡର ଜଣେ ଲୋକପ୍ରିୟ ନାୟିକା ହେଲେ ଅନୁ ଚୌଧୁରୀ । ସେ ଶିଶୁ କଳାକାର ଭାବେ ପ୍ରଥମେ ପରଦାକୁ ଆସିଥିଲେ। ହେଲେ ନାୟିକା ରୂପେ ତାଙ୍କର ପ୍ରଥମ ସିନେମା ଥିଲା ସନକ ଦେବତାଙ୍କ ପ୍ର
ଯୋଜିତ ତଥା ବସନ୍ତ ସାହୁଙ୍କ ନିର୍ଦେଶିତ ସୁପରହିଟ୍ ‘ମା’ ଗୋଜବାୟାଣୀ’। ଇତି ମଧ୍ୟରେ ସେ ଓଲିଉଡରେ ପ୍ରାୟ ୨୦ ବର୍ଷ ବିତାଇ ସାରିଲେଣି। ତାଙ୍କର ପ୍ରଥମ ସିନେମାର ନାୟକ ଥିଲେ ମନୋଜ ପଣ୍ଡା। ଏହାପରେ ତାଙ୍କର ପ୍ରେମିକ ଭାବେ ପରଦାରେ ନଜର ଆସିଛନ୍ତି ସିଦ୍ଧାନ୍ତ, ଶ୍ରୀତମ, ଅନୁଭବ, ଦୀପକ, ଅରିନ୍ଦମ୍ , ଦୁଷ୍ମନ୍ତ ଏବଂ ସୁନୀଲ୍ କୁମାର ପ୍ରମୁଖ ନାୟକମାନେ।
ହେଲେ ଆପଣ କ’ଣ ଜାଣନ୍ତି କି ବଲିଉଡ ନାୟକ ସୁମିତ ସହଗଲ ଏବଂ ଚନ୍ଦ୍ରଚୁଡ଼ ସିଂହଙ୍କ ସହିତ ବି ଅନ୍ସ୍କ୍ରିନ୍ ରୋମାନସ୍ କରିବାର ସୁଯୋଗ ପାଇଛନ୍ତି । ହଁ ତାଙ୍କୁ ଏଭଳି ସୁଯୋଗ ମିଳିଥିଲା ଓଡ଼ିଆ ଛବିରେ । ସ୍ନେହଲତା ସାହୁଙ୍କ ପ୍ରଯୋଜିତ ତଥା ସୁଧାଂଶୁମୋହନ ସାହୁଙ୍କ ନିର୍ଦ୍ଦେଶିତ ସିନେମାରେ‘ସମୟ ଖେଳୁଛି ଚକାଭଉଁରୀ’ରେ ପ୍ରଥମ ଏବଂ ଅନ୍ତିମ ଥର ଲାଗି ସୁମିତ-ଅନୁ ଯୋଡିକୁ ଦେଖିବାକୁ ମିଳିଥିଲା । ଅପରପକ୍ଷରେ ଚନ୍ଦ୍ରଚୁଡ ସିଂହଙ୍କ ସହିତ ଅନୁ ସରୋଜ ଶତପଥୀଙ୍କ ନିର୍ଦ୍ଦେଶିତ ‘କେମିତି ଏ ବନ୍ଧନ’ ଅନସ୍କ୍ରିନ୍ ରୋମାନସ୍ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/09/anu.jpg)