ଗାଁ ଗାଁରେ ବଳ ସାଜିଛନ୍ତି ଅନୁଙ୍କ କରୋନା ସିପାହୀ । ଘରେ ଘରେ ବୁଲି ସେବା ଯୋଗାଉଛନ୍ତି, ମହାମାରୀର ମୁକାବିଲା କରୁଛନ୍ତି ଆଶା ଦିଦିିି-ଅଙ୍ଗନୱାଡି ଦିଦି-ଏଏନଏମ ଦିଦି…

260

କନକ ବ୍ୟୁରୋ: କରୋନା ଯୁଦ୍ଧରେ ଅଙ୍ଗନୱାଡି କର୍ମୀଙ୍କ ଅବଦାନକୁ ପ୍ରଶଂସା କଲେ ରାଜ୍ୟ ସରକାର । ପ୍ରେସମିଟରେ ଅଙ୍ଗନବାଡି କର୍ମୀଙ୍କ ପ୍ରେରଣାଦାୟୀ କାହାଣୀ କହିଲେ ସୁବ୍ରତ ବାଗଚୀ । ତାସହ ବିପଦ ବେଳେ କେମିତି ଘର ଘର ବୁଲି ମହାଯୁଦ୍ଧର ମହାଯୋଦ୍ଧା ସାଜିଛନ୍ତି ମହିଳାମାନେ ସେ ବାବଦରେ ସବିଶେଷ ତଥ୍ୟ ଦେଇଛନ୍ତି ମହିଳା ଓ ଶିଶୁ ବିକାଶ ବିଭାଗର ମୁଖ୍ୟ ସଚିବ ଅନୁ ଗର୍ଗ ।

ସଙ୍କଟ ସମୟରେ ରାଜ୍ୟର ୭୨, ୫୦୦ ଅଙ୍ଗନୱାଡି କେନ୍ଦ୍ରର କର୍ମୀମାନେ ଗାଁ ଗାଁରେ ଯୋଦ୍ଧା ସାଜିଛନ୍ତି । କରୋନା ବିରୋଧୀ ମୁକାବିଲାରେ ଅଙ୍ଗନୱାଡି କର୍ମୀମାନେ ଆଗରେ ରହି ଲଢେଇ କରୁଛନ୍ତି । ଅଙ୍ଗୱାଡି କେନ୍ଦ୍ର ବନ୍ଦ ହୋଇଥିଲେ ବି ଦିଦିମାନଙ୍କ କାମ ବଢି ଯାଇଛି । ସେମାନେ ଘର ଘର ବୁଲି ଲୋକଙ୍କୁ ସଚେତନ କରିବା ସହ ସବୁ ସେବା ପହଞ୍ଚାଉଛନ୍ତି ।

ଆଶା-ଏଏନଏମ-ଅଙ୍ଗନୱାଡି କର୍ମୀ ଲୋକଙ୍କୁ ସଚେତନ କରୁଛନ୍ତି

#ସରକାରଙ୍କ_ଟ୍ରିପଲ_ଏ_ଫର୍ମୁଲା ଆଶା-ଏଏନଏମ-ଅଙ୍ଗନୱାଡି କର୍ମୀ ଲୋକଙ୍କୁ ସଚେତନ କରୁଛନ୍ତି । ଛୋଟ ପିଲା ଓ ଗର୍ଭବତୀଙ୍କ ପାଖରେ ଖାଦ୍ୟ ପଂହଚାଉଛନ୍ତି ଅଙ୍ଗନୱାଡି କର୍ମୀ । ସପ୍ତାହକୁ ସପ୍ତାହ ଘରକୁ ଘର ବୁଲି ଅଣ୍ଡା ବି ଯୋଗାଉଛନ୍ତି #CoronaVirus #COVID19 #Odisha

Posted by Kanak News on Monday, April 13, 2020

ପୂର୍ବରୁ ଅଙ୍ଗୱାଡିରେ ଯେଉଁ ରନ୍ଧାଖାଦ୍ୟ ଦିଆଯାଉଥିଲା ବର୍ତ୍ତମାନ ତାହା ଶୁଖିଲା ଆକାରରେ ଦିଆଯାଉଛି । ପ୍ରତ୍ୟେକ ଘରେ କର୍ମୀମାନେ ଶୁଖିଲା ଖାଦ୍ୟ ଦେଉଛନ୍ତି । ଶିଶୁ ଓ ଗର୍ଭବତୀ ମାଆ ମାନଙ୍କ ଘରକୁ ଯାଇ ଶୁଖିଲା ଖାଦ୍ୟ ଏବଂ ଅଣ୍ଡା ପହଞ୍ଚାଉଛନ୍ତି । ତେବେ ଅଙ୍ଗନବାଡି କର୍ମୀଙ୍କ ନିଷ୍ଠା ଏବଂ କାମ ପ୍ରତି ଥିବା ଏକାଗ୍ରତା ଦେଖି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ଅଙ୍ଗନବାଡି କର୍ମୀମାନେ ଏଭଳି ପରିସ୍ଥିତିରେ ଗାଁର ବଳ ସାଜିଛନ୍ତି ବୋଲି ଅନୁ ଗର୍ଗ କହିଛନ୍ତି ।

ତେବେ ଖାଲି ଅଙ୍ଗନୱାଡି କର୍ମୀ ନୁହଁନ୍ତି ଆଶା ଦିଦି, ଏଏନଏମ କର୍ମୀ ମାନେ ମଧ୍ୟ ଏ ଲଢେଇରେ ନିଜକୁ ସାମିଲ କରିଛନ୍ତି । କେମିତି କରୋନା ସହ ଲଢି ହେବ । ଘରୁ ବାହାରକୁ ବାହାରିଲେ କେମିତି ଲୋକେ ମାସ୍କ, କପଡା, ରୁମାଲ, ଗାମୁଛା ମୁହଁରେ ବାନ୍ଧି ଯିବେ ଏବଂ ଘରକୁ ଫେରିଲେ କେମିତି ଭଲଭାବେ ହାତ ଧୋଇବେ । କେତେ ସମୟ ଯାଏଁ ହାତ ଧୋଇବେ ସେସବୁ ଘର ଘର ବୁଲି ସଚେତନ କରାଯଉଛନ୍ତି ଏହି ମହାଯୋଦ୍ଧାମାନେ । ତେଣୁ ଆଶାକର୍ମୀ, ଅଙ୍ଗନୱାଡି କର୍ମୀ ଓ ଏଏନଏମ୍ କର୍ମୀ ହିଁ ଗାଁର ପ୍ରକୃତ ବଳ ବୋଲି ଅନୁ କହିଛନ୍ତି ।