ବିଧାନସଭା ପାଇଁ ପୁଣି ହେବ ବିଧାୟକଙ୍କ କୋଭିଡ ପରୀକ୍ଷା : ରିପୋର୍ଟ ନେଗେଟିଭ ଆସିଲେ ମିଳିବ ପ୍ରବେଶ ଅନୁମତି

ଶୁକ୍ରବାର ଠାରୁ ଆରମ୍ଭ ହେଉଛି ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ

65

କନକ ବ୍ୟୁରୋ : ପୁଣି ଥରେ ବିଧାୟକଙ୍କ ହେବ କୋଭିଡ ପରୀକ୍ଷା । ଆସନ୍ତା ଶୁକ୍ରବାର ଠାରୁ ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ । ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପୁଣି ଥରେ ବିଧାୟକ, ସୁରକ୍ଷଶ କର୍ମଚାରୀ, ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କର କୋଭିଡ ପରୀକ୍ଷା କରାଯିବ । ଏନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତାକାଲି ଓ ଗୁରୁବାର ଦୁଇଦିନ ଆଂଟିଜେନ ପରୀକ୍ଷା ପାଇଁ ଧାର୍ଯ୍ୟ କରାଯାଇଛି । ଆଜି ସକାଳ ୮ଟା ୩୦ରୁ ସଂଧ୍ୟା ୫ ପର୍ଯ୍ୟନ୍ତ ନମୁନା ସଂଗ୍ରହ କରାଯିବ । ଯେଉଁ ବିଧାୟକ, ସୁରକ୍ଷା କର୍ମଚାରୀ, ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କର ନେଗେଟିଭ ରିପୋର୍ଟ ଆସିବା ସେମାନଙ୍କୁ ବିଧାନସଭା ଆସିବା ପାଇଁ ଅନୁମତି ମିଳିବ ।