ଓଡିଶାରେ ପୁଣି ହେବ ଆଂଟିବଡି ଟେଷ୍ଟ : ଆସନ୍ତା ସପ୍ତାହରେ ରାଜ୍ୟରେ ପହଂଚିବ ଆଇସିଏମଆର ଦ୍ୱାରା ଅନୁମୋଦିତ ଆଂଟିବଡି ଟେଷ୍ଟ କିଟ୍ । ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡାଙ୍କ ସୂଚନା । ଏଯାଏଁ ଓଡିଶାରେ ହୋଇନି ଗୋଷ୍ଠୀ ସଂକ୍ରମଣ

576

କନକ ବ୍ୟୁରୋ : ଓଡିଶାରେ ପୁଣି ହେବ ଆଂଟିବଡି ଟେଷ୍ଟ । ଏଥିପାଇଁ ଆଇସିଏମଆର ଦ୍ୱାରା ଅନୁମୋଦିତ ଆଂଟିବଡି ଟେଷ୍ଟ କିଟ୍ ଆସନ୍ତା ସପ୍ତାହରେ ଓଡିଶାରେ ପହଂଚିବ । ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡାଙ୍କ ସୂଚନା ଅନୁସାରେ ଏହି  କିଟ୍ ଆରଏମଆରସିରେ ପହଂଚିବ । ତେବେ ଏଯାଏଁ ଓଡିଶାରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ । ଘରକୁ ଘର ହେଉଥିବା ସର୍ଭେରେ ଆଂଟିବଡି ଟେଷ୍ଟ କିଟ୍ ବ୍ୟବହାର କରାଯିବ ବୋଲି କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା । ତେବେ ଆସନ୍ତାକାଲି ଓଡିଶାରେ କିଭଳି ଟେଷ୍ଟିଂ କରାଯିବ ସେନେଇ ଏକ ଯୋଜନା ପ୍ରସ୍ତୁତ ହେବ ବୋଲି ସେ କହିଛନ୍ତି । ଏବେ ରାଜ୍ୟରେ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରେ ବହୁ କୋଭିଡ-ଯୋଦ୍ଧା ଅଛନ୍ତି । ତେଣୁ ଅଧିକ ସତର୍କ ହେବାକୁ ପଡିବ ବୋଲି ଅଜୟ ପରିଡା କହିଛନ୍ତି ।