ମାତ୍ର ୨୦ ମିନିଟରେ ଚିହ୍ନଟ ହେବେ ରୋଗୀ: ଦେବାକୁ ପଡିବନି ନମୂନା କି ଯିବାକୁ ପଡିବନି କୌଣସି ଡାକ୍ତରଖାନା; ଘରେ ରହି ନିଜେ ପରୀକ୍ଷା କରି ଜାଣିପାରିବେ ଆପଣ କରୋନା ସଂକ୍ରମିତ କି ନୁହେଁ ?

1,658

କନକ ବ୍ୟୁରୋ: ଏଣିକି ମାତ୍ର ୨୦ ମିନିଟରେ ଜଣାପଡ଼ିବ ଆପଣ କରୋନା ପଜିଟିଭ୍ ନା’ ନେଗେଟିଭ୍ । ମାତ୍ର ୨୦ ମିନିଟରେ ଚିହ୍ନଟ ହେବେ କରୋନା ସଂକ୍ରମିତ । ଅକ୍ସଫୋର୍ଡ଼ ୟୁନିଭର୍ସିଟି ଏବଂ ବ୍ରିଟେନର ଏକ ପ୍ରତିଷ୍ଠିତ ଡାଇଗ୍ନୋଷ୍ଟିକ୍ ସଂସ୍ଥାର ମିଳିତ ପ୍ରୟାସରେ ପ୍ରସ୍ତୁତ କରାଯାଇଛି ଗେମ୍ ଚେଞ୍ଜର ଆଣ୍ଟିବଡି ଟେଷ୍ଟିଂ କିଟ୍ । ଯାହାକୁ ବ୍ୟବହାର କରି ଆପଣ ମାତ୍ର ୨୦ ମିନିଟ୍ ଭିତରେ ହିଁ ଜାଣିପାରିବେ କି ଆପଣ କରୋନା ମହାମାରୀରେ ସଂକ୍ରମିତ ଅଛନ୍ତି କି ନାହିଁ ।

ବଡ ତଥା ଗୁରୁତ୍ୱ ପୂର୍ଣ୍ଣ କଥା ହେଉଛି, ଏହି ଟେଷ୍ଟ ପାଇଁ କୌଣସି ସାମ୍ପଲ କଲେକ୍ସନର ଆବଶ୍ୟକତା ମଧ୍ୟ ପଡ଼ିବ ନାହିଁ । କାହିଁକି ନା ଏହି କିଟକୁ କୌଣସି ବି ବ୍ୟକ୍ତି ଔଷଧ ଦୋକାନରୁ କିଣି ନିଜ ଘରେ ନିଜର ପରୀକ୍ଷା କରିପାରିବେ । ତେବେ ଏହି କିଟ୍ ପରୀକ୍ଷଣରେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟକୁ ପ୍ରାୟ ୯୮.୬ପ୍ରତିଶତ ସଫଳତା ମିଳିଥିବା ବେଳେ ଇଭଉ-୧୯ ଲାଟେରାଲ୍ ଫ୍ଲୋ ଟେଷ୍ଟ ନାଁରେ ପ୍ରସ୍ତୁତ ହୋଇଥିବା ଏହି କିଟ୍ ଚଳିତବର୍ଷ ଶେଷ ସୁଦ୍ଧା ବଜାରରେ ଉପଲବ୍ଧ ହେବ ବୋଲି କୁହାଯାଉଛି ।