କରୋନା ଚିକିତ୍ସା ପାଇଁ ‘ଆଂଟିବଡି କକ୍ଟେଲ୍’ । ଭାରତର ପ୍ରମୁଖ ହସପିଟାଲ ଓ କୋଭିଡ୍ ସେଂଟରରେ ହେବ ଉପଲବ୍ଧ । ଗୋଟିଏ ଡୋଜର ଦାମ ୫୯,୭୫୦ ଟଙ୍କା

215

କନକ ବ୍ୟୁରୋ: ରୁସ୍ କଂପାନୀ ପ୍ରସ୍ତୁତ କରିଥିବା ଏହି ଆଂଟିବଡି କକଟେଲ୍ ଗତବର୍ଷ ବେଶ ଚର୍ଚ୍ଚାରେ ରହିଥିଲା । କାରଣ ଗତ ଅକ୍ଟୋବର ମାସରେ ତକ୍ରାଳୀନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ ଏହି ଔଷଧ ଦିଆଯାଇଥିଲା । ଏହା ପରେ ଏହି ଆଂଟିବଡି କକ୍ଟେଲର ଚର୍ଚ୍ଚା ଚାରିଆଡେ ହୋଇଥିଲା । ଭାରତରେ ଏହାର ବିକ୍ରି ଆରମ୍ଭ କରାଯାଇଥିବା ରୁସ୍ ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି । ଏହାର ମାର୍କେଟିଂ ଦାୟିତ୍ୱ ନେଇଛି, ସିପଲା ଫାର୍ମା କଂପାନୀ ।

ନଜର ପକାଇବା, ଆଂଟିବଡି କକ୍ଟେଲ୍ ର କିଛି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ । ଏଥିରେ ରହିଛି
କାସିରିଭିମାବ୍–୬୦୦ଏମଜି ଏବଂ ଇମ୍ଡେଭିମାବ୍-୬୦୦ଏମଜି
ପ୍ରତି ରୋଗୀଙ୍କୁ ଦିଆଯିବ ୧୨୦୦ଏମଜି ମିଶ୍ରିତ ଡୋଜ୍
ଗୋଟିଏ ଡୋଜ୍ର ଦାମ ୫୯,୭୫୦ ଟଙ୍କା
ଅଧିକ ବିପଦ ବର୍ଗରେ ଥିବା ରୋଗୀଙ୍କ ପାଇଁ ମହୌଷଧି ଭଳି କାର୍ଯ୍ୟ କରିବ
ମାତ୍ର ୪ ଦିନରେ କରୋନାର ଲକ୍ଷଣ ଦୂର ହେବ
୭୦ ପ୍ରତିଶତ ମୃତ୍ୟୁକୁ ରୋକିପାରିବ ଏହି ଔଷଧ
ଇଂଜେକ୍ସନ୍ ଆକାରରେ ଏହି ଔଷଧ ଦିଆଯିବ
୨ ଡିଗ୍ରୀରୁ ୮ ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ଏହାକୁ ସାଇତି ରଖିହେବ
ସାଧାରଣରୁ ମଧ୍ୟମ ଧରଣର ରୋଗୀଙ୍କ କ୍ଷେତ୍ରରେ ବିଶେଷ ଫଳପ୍ରଦ ହେବ

ପ୍ରଥମ ବ୍ୟାଚର ଏହି ଆଂଟିବଡ଼ି କକ୍ଟେଲ୍ ଭାରତରେ ପହଁଚି ସାରିଛି । ଦ୍ୱିତୀୟ ବ୍ୟାଚ୍ର ଔଷଧ ଜୁନ ମଧ୍ୟ ଭାଗରେ ପହଁଚିବ । ଦୁଇଟି ପର୍ଯ୍ୟାୟରେ ମୋଟ ୧ ଲକ୍ଷ ପ୍ୟାକ୍ ଆସିବାକୁ ଥିବା ବେଳେ ଏଥିରେ ୨ ଲକ୍ଷ ରୋଗୀ ଚିକିତ୍ସିତ ହୋଇପାରିବେ ବୋଲି ସିପ୍ଲା ପକ୍ଷରୁ କୁହାଯାଇଛି ।