କରୋନାରୁ ସୁସ୍ଥ ହେବା ପରେ ୭ ମାସ ଯାଏଁ ରହୁଛି ଆଂଟିବଡ଼ି ବା ରୋଗ ପ୍ରତିରୋଧ ଶକ୍ତି । ଆକ୍ରାନ୍ତ ଓ ସୁସ୍ଥ ସ୍ୱେଚ୍ଛାସେବୀ ଉପରେ ଅନୁଧ୍ୟାନ ପରେ ସାମ୍ନାକୁ ଆସିଲା ତଥ୍ୟ । ପର୍ତୁଗାଲରର ଆଇଏମ୍ଏମ୍ ଅନୁଷ୍ଠାନର ଗବେଷଣା ଆଧାରରେ ୟୁରୋପିଆନ୍ ଇମ୍ୟୁନିଓଲୋଜି ଜର୍ନାଲରେ ରିପୋର୍ଟ ପ୍ରକାଶ । 

501

କନକ ବ୍ୟୁରୋ : ଥରେ ଜଣେ କରୋନା ସଂକ୍ରମିତ ହେଲେ ତା ଦେହରେ ସୃଷ୍ଟି ହୋଇଥିବା କରୋନା ଭୂତାଣୁ ପ୍ରତିରୋଧକ ଶକ୍ତି  ପ୍ରାୟ ୭ ମାସ ପର୍ଯ୍ୟନ୍ତ ରହିବ । ଅର୍ଥାତ ୭ ମାସ ପର୍ଯ୍ୟନ୍ତ ପୁଣି ଥରେ କରୋନାରେ ସଂକ୍ରମିତ ହେବା ଆଶଙ୍କା କମ୍ । ଏକ ନୂଆ ଗବେଷଣାରୁ ମିଳିଥିବା ଏହି ତଥ୍ୟ ୟୁରୋପିଆନ୍ ଜର୍ଣ୍ଣାଲ ଅଫ୍ ଇମ୍ୟୁନୋଲଜିରେ ପ୍ରକାଶିତ ପଇଛି । ଗବେଷଣାରୁ ଜଣାପଡିଛି ଥରେ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହେଲେ ୬ରୁ ୭ ମାସ ପର୍ଯ୍ୟନ୍ତ ଦେହରେ ଆଂଟିବଡି ରହୁଛି । ଫଳରେ ଏହି ସମୟ ମଧ୍ୟରେ ଆଉ ଥରେ ଆକ୍ରାନ୍ତ ହେବା ସମ୍ଭାବନା କମ ରହିଛି ।

ନୂଆ ଗବେଷଣା ମିଳିଛି ଏପରି ତଥ୍ୟ । ୟୁରୋପିଆନ୍ ଜର୍ଣ୍ଣାଲ ଅଫ୍ ଇମ୍ୟୁନୋଲଜିରେ ଗବେଷଣାକୁ ମିଳିଥିବା ତଥ୍ୟ  । ଗବେଷଣାରୁ ଜଣାପଡିଛି ଥରେ କରୋନାରେ ଆକ୍ରାନ୍ତ ହେଲେ ୬ରୁ ୭ ମାସ ପର୍ଯ୍ୟନ୍ତ ଦେହରେ ଆଂଟିବଡି ରହୁଛି । ସରଳ ଭାଷାରେ ବୁଝିଲେ ଜଣେ କରୋନା ଭୂତାଣୁରେ ସଂକ୍ରମିତ ହେଲେ, ତାଙ୍କ ଦେହରେ କରୋନା ପ୍ରତିରୋଧ ଶକ୍ତି ସୃଷ୍ଟି ହେଉଛି । ଏହି ଆଂଟିବଡି ୬ରୁ ୭ ମାସ ପର୍ଯ୍ୟନ୍ତ ରହୁଛି ବୋଲି ଗବେଷଣାରୁ ଜଣାପଡିଛି । ଅର୍ଥାତ ଏହି ସମୟ ମଧ୍ୟରେ ପୁଣିଥରେ କରୋନାରେ ଆକ୍ରାନ୍ତ ହେବା ସମ୍ଭାବନା କମ ରହିଛି ।

ପର୍ତୃଗାଲର ବୈଜ୍ଞାନିକମାନେ ୩୦୦ ଜଣ କରୋନା ଆକ୍ରାନ୍ତ ଓ ୧୯୮ ଜଣ କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କୁ ନେଇ ଗବେଷଣା କରିଥିଲେ । ଗବେଷଣାରୁ ମିଳିଥିବା ତଥ୍ୟ ରୁ ଜଣାପଡିଛି ଯେ ଆକ୍ରାନ୍ତ ହେବାର ୩ ସପ୍ତାହ ମଧ୍ୟରେ କରୋନା ଭୂତାଣୁ ବିରୋଧରେ ଲଢ଼ିବା ପାଇଁ ଆଂଟିବଡି ସୃଷ୍ଟି ହେଉଛି ୯୦ ପ୍ରତିଶତ ଲୋକଙ୍କ ଠାରେ ୭ ମାସ ପର୍ଯ୍ୟନ୍ତ କରୋନା ପ୍ରତିରୋଧ ଶକ୍ତି ରହୁଛି ମହିଳାଙ୍କ ଠାରୁ ପୁରୁଷଙ୍କ ଠାରେ ଅଧିକ ଆଂଟିବଡି ସୃଷ୍ଟି ହେଉଛି ସମୟ ଅନୁସାରେ ଆଂଟିବଡି ସ୍ତର ହ୍ରାସ ପାଉଛି ।

ଦୁଇ ଦିନ ତଳେ ଆଇସିଏମଆର ପକ୍ଷରୁ କୁହାଯାଇଥିଲା ଯେ କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କ ଦେହରେ ୫ ମାସ ମଧ୍ୟରେ ଆଂଟିବଡି ହ୍ରାସ ପାଉଛି । ତେବେ ଏହି ଗବେଷଣାରୁ ମିଳିଥିବା ତଥ୍ୟ କିଛିଟା ନୂଆ ଆଶା ସଂଚାର କରିଛି ।