କନକ ବ୍ୟୁରୋ : କଟକରେ ଏନକାଉଂଟର କରିଛି କମିସନରେଟ୍ ପୁଲିସ । ପୁଲିସ ଗୁଳିରେ ଶେଖ୍ ବାବୁ ନାମକ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର ଆହତ ହୋଇଛି । ବାବୁ, ବଡ଼ ଅପରାଧ ଘଟାଇବା ଯୋଜନା କରୁଥିବା ଖବର ପାଇଥିଲା ପୁଲିସ । କଟକ ଦରଘାବଜାର ପୁଲିସ ସହ ସ୍ପେଶାଲ୍ ସ୍କ୍ୱାର୍ଡ ବାବୁ କୁ ପିଛା କରି ଏନକାଉଂଟର କରିଥିଲା । ବାବୁ ନାଁରେ ୨୧ ରୁ ଅଧିକ ଅପରାଧିକ ମାମଲା ରହିଛି । ତା’ ନିକଟରୁ ବନ୍ଧୁକ ଓ ଗୁଳି ଜବତ କରାଯାଇଛି । ଏନକାଉଂଟର ବେଳେ ଦୁଇ ପୁଲିସ ଅଧିକାରୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି ।
କଟକରେ ଏନକାଉଂଟର : ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଶେଖ୍ ବାବୁ ଗୁରୁତର
/kanak/media/post_attachments/wp-content/uploads/2021/04/201905031027519210_80-rowdies-killed-in-TN-police-encounter-so-far_SECVPF.jpg)