କନକ ବ୍ୟୁରୋ : ଅନେକ ସମୟରେ ଦେଖିବାକୁ ମିଳିଛି ରାତିରେ ଗାଡି ଚଳାଇବା ବେଳେ ବସ୍ ଚାଳକଙ୍କ ଆଖି ଲାଗିଯାଏ ଏବଂ ବଡ ଦୁର୍ଘଟଣା ଘଟିଯାଇଥାଏ । ଯାହା ଫଳରେ ଅନେକ ଧନଜୀବନ ନଷ୍ଟ ହୋଇଥାଏ । ତେଣୁ ଏହାକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶର କିଛି ଛାତ୍ର ଏପରି ଏକ ଗ୍ୟାଜେଟ୍ ବନାଇଛନ୍ତି, ଯାହା ଦୁର୍ଘଟଣାରୁ ଲୋକଙ୍କୁ ରକ୍ଷା କରିପାରିବ ।

Advertisment

ଆପଣଙ୍କ ସାମ୍ନାରେ ଯେଉଁ ଗ୍ୟାଜେଟଟି ରହିଛି ତା’ର ନାଁ ହେଉଛି ଆଣ୍ଟି ସ୍ଲିପିଙ୍ଗ୍ ଆଲାରାମ୍ । ଏହି ସ୍ଲିପିଙ୍ଗ୍ ଆଲାରାମଟି ବସରେ ଲଗାଇବା ପାଇଁ ବନାଯାଇଛି । ରେଲୱେ ମଡ୍ୟୁଲକୁ ବ୍ୟବହାର କରି ଏହି ଗ୍ୟାଜେଟ୍ ତିଆରି ହୋଇଛି । ଏଥିରେ ଆଣ୍ଟି ସ୍ଲିପ୍ ଗ୍ଲାସ୍, ଆଇଆର୍ ସେନ୍ସର, ଇନଫାରେଡ୍ ସେନ୍ସର ଏବଂ ବଜର୍ ସହ ଏକ ଟ୍ରାନ୍ସମିଟର ଲାଗିଛି । ଯଦି ଗାଡି ଚଲାଇବା ବେଳେ ଗାଡି ଚାଳକଙ୍କ ଆଖି ଲାଗିଯାଏ ବା ଚାଳକ ଶୋଇପଡନ୍ତି ତେବେ ମାତ୍ର ୫ ସେକେଣ୍ଡ ମଧ୍ୟରେ ଏହି ଆଲାରାମଟି ବାଜି ଉଠିବ । ତଥାବି ଯଦି ଚାଳକଙ୍କ ନିଦ ନଭାଙ୍ଗେ ତାହେଲେ ଆପେ ଆପେ ଗାଡିରେ ବ୍ରେକ୍ ଲାଗିଯିବ । ଆଉ ବଡ ଦୁର୍ଘଟଣାରୁ ଲୋକଙ୍କୁ ରକ୍ଷା କରିବ ଏହି ଅତ୍ୟାଧୁନିକ ଗ୍ୟାଜେଟ୍ । ତେବେ ଏହି ଗ୍ୟାଜେଟରେ ଲାଗିଥିବା ଗ୍ଲାସଟିକୁ ଚାଳକ ଆଖିରେ ପିନ୍ଧି ଗାଡି ଚଲାଇବାକୁ ପଡିବ ।

ଗତ କିଛି ଦିନ ତଳେ ମଧ୍ୟପ୍ରଦେଶରେ ଏକ ବସ୍ ଦୁର୍ଘଟଣା ଘଟିଥିଲା । ଚାଳକଙ୍କ ଆଖି ଲାଗିଯିବା କାରଣରୁ ଏହି ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ଅନେକ ଲୋକଙ୍କ ଜୀବନ ଚାଲିଯିବା ସହ ଅନେକ ଲୋକ ଏଥିରେ ଆହତ ହୋଇଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ୪ଜଣ ଛାତ୍ର ଏପରି ଏକ ଗ୍ୟାଜେଟ୍ ବନାଇବା ପାଇଁ ଚିନ୍ତା କରିଥିଲେ । ମାତ୍ର ୩ ସପ୍ତାହ ମଧ୍ୟରେ ୪ଜଣ ଛାତ୍ର ମିଶି ଏହି ଗ୍ୟାଜେଟର ଏକ ପ୍ରୋଟୋଟାଇପ୍ ପ୍ରସ୍ତୁତ କରିଛନ୍ତି । ଆଗକୁ କମ୍ପାନୀମାନଙ୍କ ସହ ଯୋଗାଯୋଗ କରି ବଜାରକୁ ଏହି ଗ୍ୟାଜେଟ୍ ଲଞ୍ଚ କରିବା ପାଇଁ ଛାତ୍ରଙ୍କ ଲକ୍ଷ ରହିଛି

ତେବେ ଏହି ଗ୍ୟାଜେଟ୍ ଗାଡିମାନଙ୍କରେ ଲଗାଗଲେ ଦୁର୍ଘଟଣାରୁ କିଛି ମାତ୍ରାରେ ମୁକ୍ତି ମିଳିପାରିବ ବୋଲି ଆଶା କରାଯାଉଛି ।