ବାଉଳା ନର୍ସ, କରୋନା ଟିକା ବଦଳରେ ଦେଇଦେଲେ ଆଣ୍ଟି ରାବିଜ୍ ଟିକା । ଜିଲ୍ଲାପାଳ ଦେଲେ ଯାଂଚ ନିର୍ଦ୍ଦେଶ । ଜାଣନ୍ତୁ ପୁରା ଖବର ….

294

କନକ ବ୍ୟୁରୋ : ଉତ୍ତରପ୍ରଦେଶର ସାମଲି ଜିଲ୍ଲାରୁ ଆସିଛି ଏକ ଚକିତ କରିଦେବା ଭଳି ଖବର । ଏଠାରେ କାନ୍ଧଲା ଠାରେ ଥିବା ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ ୩ ଜଣଙ୍କୁ କରୋନା ଟିକା ବଦଳରେ ଆଣ୍ଟି ରାବିଜ ଟିକା ଦିଆଯାଇଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ହୋଇଛି   । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଡାକ୍ତର ସଂଜୟ ଅଗ୍ରୱାଲ କହିଛନ୍ତି କି ଟିକା ନେଇଥିବା ମହିଳାମାନଙ୍କ ପରିଜନଙ୍କ ଅଭିଯୋଗ ଆଧାରରେ ଯାଂଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ମୁତାବକ ସ୍ଥାନୀୟ ବାସିନ୍ଦା ସରୋଜ, ଅନାରକଲି ଓ ପଡୋଶୀ ସତ୍ୟବତୀଙ୍କ ସହ କାନ୍ଧଲା ସ୍ୱାସ୍ଥ୍ୟକେନ୍ଦ୍ରକୁ କରୋନା ନିରୋଧି ଟିକା ନେବାକୁ ଯାଇଥିଲେ । ଘରକୁ ଫେରିବା ପରେ ସରୋଜର ମୁଣ୍ଡ ବୁଲାଇଥିଲା । ଏହାପରେ ସରୋଜଙ୍କୁ ମେଡିକାଲ ନିଆଯାଇଥିଲା । ସେଠାରେ ସେ ନେଇଥିବା କରୋନା ନିରୋଧି ଟିକା କଥା ଡାକ୍ତରଙ୍କୁ କହିଥିଲେ । ହେଲେ ଏନେଇ ଡାକ୍ତର ଜଣଙ୍କ ଟିକା ନେବା ପରେ ମିଳିଥିବା ପର୍ଚ୍ଚି ମାଗିଥିଲେ । ଏହି ପର୍ଚ୍ଚିକୁ ଡାକ୍ତର ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପର୍ଚ୍ଚିରେ ସଫା ଲେଖାଥିଲା କି ମହିଳା ଜଣଙ୍କୁ ଆଣ୍ଟି ରାବିଜ୍ ଟିକା ଦିଆଯାଇଛି । ଏହାପରେ ସରୋଜଙ୍କ ସହିତ ଅନ୍ୟ ଦୁଇମହିଳାଙ୍କୁ ଟିକା ନେବା ପରେ ମିଳିଥିବା ପର୍ଚ୍ଚି ଦେଖିବା ପରେ ବି ସେମାନଙ୍କୁ ଆଣ୍ଟି ରାବିଜ୍ ଟିକା ଦିଆଯାଇଥିବା ଜଣାପଡିଥିଲା । ଏନେଇ ଡାକ୍ତର ବିଜେନ୍ଦ୍ର ସିଂ କହିଛନ୍ତି କି ଏହି ମାମଲା ଜଣାପଡିବା ପରେ ଏବେ ଯାଂଚ କରାଯାଉଛି ।

ଏନେଇ ସଫେଇ ଦେଇଛି ସିମିଓ । ସିଏମଓ ପକ୍ଷରୁ କୁହାଯାଇଛି କି, ଏହା ସମ୍ଭବ ନୁହେଁ, କାରଣ କରୋନା ଟିକା ଓ ଆଣ୍ଟି ରାବିଜ୍ ଟିକା ଅଲଗା ଅଲଗା ଗୃହରେ ଦିଆଯାଉଛି । ମହିଳା ମାନେ ଭୂଲରେ ଆଣ୍ଟି ରାବିଜ୍ ଟିକା ଦିଆଯାଉଥିବା ଗୃହକୁ ପ୍ରବେଶ କରିଥାଇ ପାରନ୍ତି !
ଜିଲ୍ଲାପାଳ ଜସଜିତ୍ କୌର କହିଛନ୍ତି କି କରୋନା ଟିକା ପରିଚାଳନା କରୁଥିବା ଏସଡିଏମ ସହିତ ଅନ୍ୟ ଦୁଇ ଅଧିକାରୀଙ୍କୁ ଏନେଇ ଯାଂଚ କରିବାକୁ ଦାୟିତ୍ୱ ଦିଆଯାଇଛି । ଯାଂଚ ପରେ ଦୋଷୀ ମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।