କନକ ବ୍ୟୁରୋ: ଯେଉଁ ଶାସକ ଦଳ ସୌମ୍ୟ ରଂଜନକୁ ଜନବିରୋଧୀ ଆଖ୍ୟା ଦେଇ ବିଜେଡିରୁ ବିଦା କରିଛି, ତାର ଜନବିରୋଧୀ ନିତିର ତାଲିକା ବେଶ ଲମ୍ବା । ଗଣମାଧ୍ୟମର କଣ୍ଠରୋଧ ହେଉ, କି ଲୋକଙ୍କୁ ପ୍ରତିଶ୍ରୁତି ଦେଇ ଠକିବା ହେଉ, ଏସବୁ ଜନବିରୋଧୀ ନିତିରେ ଆଗରେ ରାଜ୍ୟ ସରକାର ।

Kanak News is now on WhatsApp
Join and get latest news updates delivered to you via WhatsApp
କାହାକୁ କୁହାଯାଏ ଜନବିରୋଧୀ?
ଗଣମାଧ୍ୟମର କଣ୍ଠରୋଧ କରିବା, ଜନତାଙ୍କ ସ୍ୱରକୁ ଚାପି ଦେବାକୁ ଷଡଯନ୍ତ୍ର
ପ୍ରତିଶୋଧ ପରାୟଣ ହୋଇ, ଠିକ୍ ଭୁଲର ବିଚାର ନକରି, ଆକ୍ରୋଶମୂଳକ ପଦକ୍ଷେପ ନେବା
ବାରମ୍ବାର ପ୍ରତିଶ୍ରୁତି ଦେଇ ରାଜ୍ୟ ସରକାର ପାଳନ ନକରିବା
ରାଜ୍ୟରୁ ଠିକା ନିଯୁକ୍ତି ବ୍ୟବସ୍ଥା ଉଠିଗଲା ବୋଲି ଘୋଷଣା କରିଥିଲେ ବି ନିଜେ ଢ଼ୋକିଦେବା
୧୦ ଦିନ ହେଲା ଶିକ୍ଷକ ରାସ୍ତାରେ ବସିଥିଲେ ବି ସମସ୍ୟାର ସମାଧାନ ନକରିବା
୪୦ ଲକ୍ଷ ପିଲାଙ୍କ ପାଠ ପଢ଼ାକୁ ସରକାର ଅଣଦେଖା କରିବା
ଲକ୍ଷ ଲକ୍ଷ ଲୋକଙ୍କ ଚିଟଫଣ୍ଡ ଟଙ୍କା ନଫେରାଇବା
ଜମାକାରୀଙ୍କ ସତ୍ୟପାଠ ଉପରେ ଛତୁଫୁଟି ନଷ୍ଟ ହୋଇଯିବା
ଲୋକଙ୍କ ଟିକସ ପଇସାରେ ସଚିବ ହେଲିକପ୍ଟରରେ ବୁଲିବା
ଅପରାଧକୁ ଲୁଚାଇବା ଓ ଅପରାଧୀଙ୍କୁ ଘଂଟ ଘୋଡାଇବା
ରାଜ୍ୟରେ ମହିଳା ଅସୁରକ୍ଷିତ ହୋଇପଡିବା
ନିର୍ବାଚିତ ଜନ ପ୍ରତିନିଧିଙ୍କୁ ଦଳି ମକଚି ଦେବା
ଗଣତନ୍ତ୍ର ବିରୋଧରେ ବାବୁତନ୍ତ୍ର ସ୍ଥାପନ କରିବା