କନକ ବ୍ୟୁରୋ: ସମ୍ପ୍ରଦାୟିକ ବିରୋଧୀ ସ୍ଲୋଗାନ ଦେଇ ଗିରଫ ହେଲେ ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟ । ଦିଲ୍ଲୀ ଜନ୍ତରମନ୍ତରରେ ସାମ୍ପ୍ରଦାୟିକ ସ୍ଲୋଗାନ ଦେବା ଘଟଣାରେ ଅଶ୍ୱିନୀ ଓ ତାଙ୍କ ୬ ଜଣ ସଂହଯୋଗୀଙ୍କୁ ଗିରଫ କରିଥିବା ଦିଲ୍ଲୀ ପୋଲିସ ପ୍ରକାଶ କରିଛି । ଏମାନଙ୍କ ମଧ୍ୟରେ ଅଛନ୍ତି ବିନୋଦ ଶର୍ମା, ଦୀପକ ସିଂ, ବିନିତ କ୍ରାନ୍ତି, ପ୍ରୀତ୍ ସିଂ ଓ ଅନ୍ୟ କିଛି ଯୁବକ ।ଏହି ବିକ୍ଷୋଭରେ ଆଗରେ ଥାଇ ନାରା ଦେଉଥିବା ପିଙ୍କି ଚୌଧୁରୀଙ୍କୁ ପୋଲିସ ଖୋଜା ଜାରି ରଖିଛି । ଏହି ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦିଲ୍ଲୀ ପୋଲିସ କମିଶନର ରାକେଶ ଆସ୍ଥାନା ନିର୍ଦ୍ଦେଶ ଦେବା ପରେ ଏହି ଗିରଫଦାରୀ ହୋଇଛି ।

Advertisment

publive-imageସୂଚନା ମୁତାବକ, ଇଣ୍ଡିଆ ଫାଉଣ୍ଡେସନ୍ ପକ୍ଷରୁ ଦିଲ୍ଲୀ ଜନ୍ତରମନ୍ତରଠାରେ ‘ଭାରତ ଛୋଡୋ ଦିବସ’ ପାଳନ କରାଯାଇଥିଲା । ଏଥିରେ ଦେଶରେ ଚାଲିଥିବା ଆଇନ ବ୍ୟବସ୍ଥାକୁ ବିରୋଧ କରାଯାଇଥିଲା । ଏପରି ଆଇନ ବ୍ୟବସ୍ଥାକୁ ଇଂରେଜ ଶାସନ ସହ ତୁଳନା କରି ସ୍ଲୋଗାନ ଦିଆଯାଇଥିଲା । ଏହି ଭିଡିଓ ଗଣମାଧ୍ୟମରେ ଭାଇରାଲ ହୋଇଥିଲା । ତେଣୁ ଏହି ଖବରକୁ ଦିଲ୍ଲୀ ପ୍ରଶାସନ ତଥା ପୋଲିସ ଭୁଲ ଭାବେ ଗ୍ରହଣ କରିଛି । ଏନେଇ ପୋଲିସର ତଦନ୍ତରେ ପୂର୍ଣ୍ଣ ସହଯୋଗ କରାଯିବ ବୋଲି ଅଶ୍ୱିନୀ ଉପାଧ୍ୟାୟ କହିଛନ୍ତି ।