ଆମ୍ ଆଦମୀ ପାର୍ଟିର ମୋଦୀ ବିରୋଧୀ ପୋଷ୍ଟର। ୧୧ ଭାଷାରେ ମୋଦୀ ହଟାଓ, ଦେଶ ବଞ୍ଚାଓର ପୋଷ୍ଟର ଜାରି କଲା ଆପ୍।

457

କନକ ବ୍ୟୁରୋ: ଆପ୍ ଓ ବିଜେପି ମଧ୍ୟରେ ଚାଲିଥିବା ପୋଷ୍ଟର ୱାର ଥମିବାର ନାଁ ନେଉନି । ଏହାରି ଭିତରେ ୧୧ଟି ଭାଷାରେ ମୋଦୀ ହଟାଓ, ଦେଶ ବଞ୍ଚାଓର ପୋଷ୍ଟର ଜାରି କରିଛି ଆପ୍ । ଏହି ପୋଷ୍ଟର ମାଧ୍ୟମରେ ପୁଣି ଥରେ ବିଜେପି ବିରୁଦ୍ଧରେ ଏକ ବଡଧରଣର ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛନ୍ତି କେଜ୍ରିୱାଲ ସରକାର । ଏନେଇ ଆମ ଆଦମୀ ପାର୍ଟିର ମନ୍ତ୍ରୀ ଗୋପାଳ ରାୟ ଏହି ପୋଷ୍ଟରଗୁଡିକୁ ନିଜ ଟୁଇଟର ପେଜରେ ସେୟାର କରିଛନ୍ତି ।

୧୧ଟି ଭାଷାରେ ରିଲିଜ ହୋଇଛି ଏହି ପୋଷ୍ଟର । ହିନ୍ଦୀ, ଉର୍ଦ୍ଧୁ, ତେଲଗୁ, ଇଂରାଜୀ, ଓଡିଆ, ଗୁଜୁରାଟୀ, ସହ ପଞ୍ଜାବୀ, କନ୍ନଡ, ମାଲାୟଲମ, ଓ ମରାଠୀରେ ରିଲିଜ ହୋଇଛି ଆପର ‘ମୋଦୀ ହଟାଓ, ଦେଶ ବଞ୍ଚାଓ’ର ପୋଷ୍ଟର । ଆସନ୍ତା ୩୦ ମାର୍ଚ୍ଚ ସୁଦ୍ଧା ପୂରା ଦେଶରେ ଏହି ପୋଷ୍ଟର ଲଗାଇବା ନେଇ ଯୋଜନା ରଖିଛି ଆମ ଆଦମୀ ପାର୍ଟି ।