ଖଲିସ୍ତାନୀ ସଂଗଠନ ଉପରେ ବଡ଼ ପ୍ରହାର: କ୍ଷମା ପାଇବେନି ଭାରତ ବିରୋଧୀ ଷଡଯନ୍ତ୍ରକାରୀ, ୭୨ଘଂଟାରେ ୨ ନିହତ, ୧ ଗିରଫ

203

କନକ ବ୍ୟୁରୋ: ଭାରତ ବିରୋଧରେ ଷଡଯନ୍ତ୍ର କଲେ ମିଳିବନି କ୍ଷମା । ସବୁବେଳେ ଦେଶର ସୁରକ୍ଷାକୁ ପ୍ରାଥମିକତା ଦେଇ ଆସୁଥିବା ଭାରତର ସରକାର ଓ ସୁରକ୍ଷା ଏଜେନ୍ସି ଖଲିସ୍ତାନୀ ଆତଙ୍କବାଦୀଙ୍କ ଉପରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ୭୨ ଘଂଟା ଭିତରେ ୨ଜଣ ଖଲିସ୍ତାନୀ ଆତଙ୍କୀ ନିହତ ହୋଇଥିବାବେଳ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ ପାକିସ୍ତାନରେ ଅତ୍ୟଧିକ ଡ୍ରଗ୍ସ ସେବନ କରି ହରବିନ୍ଦର ସିଂର ମୃତ୍ୟୁ ହୋଇଛି । ସେହିପରି ଇଟାଲୀରେ ହାଫି ସିଂଙ୍କୁ ଏନକାଉଁଟ କରାଯାଇଛି ଓ ତାର ମୃତ୍ୟୁ ହୋଇଛି ।ସେହିପରି ବ୍ୟାଙ୍କକରୁ ଭାରତ ଆସୁଥିବାବେଳେ କୁଳବିନ୍ଦର ସିଂ ଖପୁରିଆକୁ ବିମାନବନ୍ଦରରୁ ଗିରଫ କରାଯାଇଛି । ଭାରତ ବିରୋଧୀ ହିଂସାତ୍ମକ କାର୍ଯ୍ୟପାଇଁ ଏହି ୩ଜଣ ମୋଷ୍ଟ ୱାଟେଂଡ ଖଲିସ୍ତାନୀ ଆତଙ୍କୀ ସମ୍ପୃକ୍ତ ଥିଲେ ।

ଦୁଇ ଖଲିସ୍ତାନ ଆତଙ୍କୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ମୋଷ୍ଟ ୱାଟେଂଡ ଲିଷ୍ଟରେ ଥିବା କୁଲବିନ୍ଦର ସିଂ ଖାନପୁରିଆକୁ ଏନଆଇଏ ନିଜ ହେପାଜକୁ ନେଇଛି । କୁଲବିନ୍ଦରଙ୍କ ସହ ଆଉ କେଉଁମାନେ ସମ୍ପୃକ୍ତ ସେନେଇ ଖୋଳତାଡ କରିବ ଏନଆଇଏ ।

ପାକିସ୍ତାନ ,ପଂଜାବ,କାନାଡା ସମେତ ବିଭିନ୍ନ ଦେଶରେ ଥିବା ଖଲିସ୍ତାନୀ ଆତଙ୍କୀ ସଂଗଠନ ପାଇଁ ଏହା ନିଶ୍ଚିତଭାବେ ବଡ ଝଟକା । ୭୨ଘଂଟାରେ ୨ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଓ ଜଣେ ଗିରଫ ସଂଗଠନକୁ ନିଶ୍ଚୟ ବଡ ଝଟକା ।

କିଛି ଦିନ ପୂର୍ବରୁ କାନାଡ଼ା ସରକାରଙ୍କୁ ଭାରତ ସରକାର ତାଗିଦ କରିଥିଲେ । କାରଣ କାନାଡାରେ ଆଧିପତ୍ୟ ବିସ୍ତାର କରିଥିବା ଖଲିସ୍ତାନୀ ଆତଙ୍କୀ ସଂଗଠନ ଶିଖ ଫର ଜଷ୍ଟିସ ଭାରତ ବିରୋଧରେ ଷଡଯନ୍ତ୍ର କରୁଥିବା ସୂଚନା ମିଳିଥିଲା । ଏନେଇ କାନାଡକୁ ଚେତାବନୀ ଦେଇଥିଲା ଭାରତ ।