ବାଂଲାଦେଶରେ ପୁଣି ସରକାର ବିରୋଧୀ ହିଂସା। ଢାକାରେ ଶାସକ ଆୱାମୀ ଲିଗର ସମର୍ଥକ ଏବଂ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଇସ୍ତଫା ଦାବି କରୁଥିବା ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ । ଏଥିରେ ୯୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। ଜୁନରେ ସଂରକ୍ଷଣ ବିରୋଧୀ ବିକ୍ଷୋଭରେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇବାର କିଛି ଦିନ ପରେ ଏଭଳି ସ୍ଥିତି ଉପୁଜିଛି। ପୁଣି ହିଂସାକାଣ୍ଡ ଘଟିଥିବାରୁ ଭାରତ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ବାଂଲାଦେଶରେ ରହୁଥିବା ନିଜ ନାଗରିକମାନଙ୍କୁ ଯୋଗାଯୋଗରେ ରହିବା ସହ ସତର୍କ ରହିବାକୁ କୁହାଯାଇଛି।

Advertisment

ଭାରତୀୟ ସହକାରୀ ହାଇକମିଶନ, ସିଲେଟ ଅଧୀନରେ ରହୁଥିବା ଛାତ୍ରଛାତ୍ରୀଙ୍କ ସମେତ ସମସ୍ତ ଭାରତୀୟ ନାଗରିକଙ୍କୁ କାର୍ୟ୍ୟାଳୟ ସହ ଯୋଗାଯୋଗରେ ରହିବାକୁ ଅନୁରୋଧ କରାଯାଇଛି ଏବଂ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ରବିବାର ବିକ୍ଷୋଭକାରୀମାନେ ସରକାରଙ୍କ ଇସ୍ତଫା ଦାବି କରି ଏକ ଅସହଯୋଗ କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ପହଞ୍ଚିଥିଲେ। ଆୱାମୀ ଲିଗ୍, ଛତ୍ର ଲିଗ୍ ଓ ଜୁବୋ ଲିଗ୍ର କର୍ମକର୍ତ୍ତାମାନେ ଏହାକୁ ବିରୋଧ କରିବା ପରେ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ହୋଇଥିଲା। ଢାକା ଟ୍ରିବ୍ୟୁନ୍ ରିପୋର୍ଟ ଅନୁଯାୟୀ, ମୁନ୍ସିଗଞ୍ଜରେ ବିକ୍ଷୋଭକାରୀ ଓ ଆୱାମୀ ଲିଗ୍ ସମର୍ଥକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୯୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି।