ଏଣିକି ଧର୍ମ ପରିବର୍ତ୍ତନ କରାଉଥିବା ଲୋକଙ୍କୁ ମିଳିବ କଠୋର ଦଣ୍ଡ ! ସଂପତି ବାଜ୍ୟାପ୍ତି ସାଙ୍ଗକୁ ହୋଇପାରେ ଆଜୀବନ କାରାଦଣ୍ଡ

ଖୁବ୍ ଶୀଘ୍ର ଧର୍ମାନ୍ତରଣ ବିରୋଧୀ ବିଲ୍ ଆଣୁଛନ୍ତି ମୋଦି ସରକାର

758

ତିନି ତଲାକ୍ ବିରୋଧି ଆଇନ୍ ଏବଂ ଜମ୍ମୁୃ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପରେ ଏବେ ମୋଦି ସରକାର ଧର୍ମାନ୍ତରଣ ବିରୋଧୀ ବିଲ୍ (Anti Conversion Bill) ଆଣିବାକୁ ଯୋଜନା କରୁଛନ୍ତି । ଆଗାମୀ ଅଧିବେଶନରେ ଏହି ବିଲକୁ ସରକାର ସଂସଦରେ ଉପସ୍ଥାପନ କରିବାକୁ ବିଚାର କରୁଛନ୍ତି । ବିଜେପି ସହ ଜଡିତ ଥିଙ୍କ୍ ଟାଙ୍କର ଲୋକେ ବହୁ ପୂର୍ବରୁ ହିଁ ଏପ୍ରସଙ୍ଗକୁ ଉଠାଇ ଆସିଛନ୍ତି । ଏପରିକି ଧର୍ମାନ୍ତରଣ ନେଇ ଅନେକ ଖବର ପୂର୍ବରୁ ଦେଶର ବିଭିନ୍ନ ରାଜ୍ୟରୁ ସାମ୍ନାକୁ ଆସିଛି । ବିଶେଷ କରି କେରଳ ଏବଂ ଉତ୍ତରପ୍ରଦେଶରୁ ଅଧିକାଂଶ ସମୟରେ ଏଭଳି ଖବର ସାମ୍ନାରୁ ଆସିଥାଏ । ଯେଉଁଠି କି ଲୋକଙ୍କୁ ଡରାଇ ଧମକାଇ , ଛଳନା କରି ତଥା ଲୋଭ ଦେଖାଇ ଅଶିକ୍ଷିତ ଗରିବ ଲୋକଙ୍କୁ ଧର୍ମ ପରିବର୍ତ୍ତନ କରାଉଥିବା ନଜିର ରହିଛି । ତେବେ ମୋଦି ସରକାର ଅଗାମୀ ଅଧିବେଶନରେ ଧର୍ମାନ୍ତରରଣ ବିରୋଧି ଆଇନ ଆଣିବା ନେଇ ଚର୍ଚ୍ଚା ଜୋର ଧରିଛି ।

ପୁରୁଣା ସରକାରରେ ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ରହିଥିବା ଭେଙ୍କିୟା ନାଇଡୁ ସମସ୍ତ ଦଳମାନଙ୍କଠାରୁ ଧର୍ମାନ୍ତରଣ ଉପରେ ଏକ ରାୟରୁ ଆଇନରେ ଗଠନ କରିବାକୁ ନିବେଦନ କରିଥିଲେ, ଯାହାକି ସଫଳ ହୋଇପାରିନଥିଲା । ଏବେ ନୂଆ ସରକାର ତଥା ମୋଦିଙ୍କ ଦ୍ୱିତୀୟ ପାଳି ସରକାରରେ ପୁଣି ଥରେ ଏହି ବିଲକୁ ଉପସ୍ଥାପନ କରିବାକୁ ବିଚାର କରାଯାଉଛି । ବିଜେପି ନେତା ଏବଂ ସୁପ୍ରିମକୋର୍ଟର ବରିଷ୍ଠ ଅଧିବକ୍ତା ଅଶ୍ୱିନୀ ଉପାଧ୍ୟାୟ ଧର୍ମାନ୍ତରଣ ବିରୋଧି ଆଇନ ପାଇଁ ଏକ ଲମ୍ବା ଅଭିଯାନ ଚଳାଇଛନ୍ତି ଏବଂ ଯେଉଁଥି ପାଇଁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ମଧ୍ୟ ଲେଖିଛନ୍ତି । ସେ କହିଛନ୍ତି କି ଦେଶର ଅନେକ ରାଜ୍ୟରେ ହିନ୍ଦୁ ସଂପ୍ରଦାୟର ସଂଖ୍ୟା ଖୁବ୍ କମ୍ ରହିଛି । ଏହା ସତ୍ୱେ ବି ବଡ ସଂଖ୍ୟାରେ ଧର୍ମ ପରିବର୍ତ୍ତନ ଚାଲିଛି ।

ଅଶ୍ୱିନୀ ଉପାଧ୍ୟାୟ କହିଛନ୍ତି ଯେ, କିଛି ରାଜ୍ୟ ତରଫରୁ ଧର୍ମାନ୍ତରଣ ବିରୋଧି ଏବଂ ଅନ୍ଧବିଶ୍ୱାସ ବିରୋଧି ଆଇନ ପ୍ରସ୍ତୁତ କରିଛନ୍ତି, ଯାହାକି ବହୁତ ଦୁର୍ବଳ । ଯେଉଁ କାରଣରୁ ଧର୍ମାନ୍ତରଣ ଏବଂ ଅନ୍ଧବିଶ୍ୱାସରକୁ ନେଇ ବିଭିନ୍ନ ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହା ସତ୍ୱେ ବି ଆଜି ପର୍ଯ୍ୟନ୍ତ କୌଣସି ବି ଜଣେ ହେଲେ ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ସେଭଳି କିଛି ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ।

ତେଣୁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କି ଏବେ ଏଭଳି ଏକ କଠୋର ଧର୍ମାନ୍ତରଣ ବିରୋଧି ଆଇନ ଏବଂ ଏକ ପ୍ରଭାବି ଅନ୍ଧବିଶ୍ୱାସ ବିରୋଧି ଆଇନ ପ୍ରସ୍ତୁତ କରିବା ପାଇଁ ଉଭୟ ଗୃହ ଏବଂ ଆଇନ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦିଅନ୍ତୁ । କାହିଁକି ନା ଯେପର୍ଯ୍ୟନ୍ତ ଧର୍ମାନ୍ତରଣ କରୁଥିବା ବ୍ୟକ୍ତି ଏବଂ ଅନ୍ଧବିଶ୍ୱାସ ଖେଳାଉଥିବା ବ୍ୟକ୍ତିଙ୍କର ଶତ ପ୍ରତିଶତ ସଂପତି ବାଜ୍ୟାପ୍ତ କରି ତାଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଦିଆନଯିବ ସେପର୍ଯ୍ୟନ୍ତ ଧର୍ମ-ପରିବର୍ତ୍ତନ ଏବଂ ଅନ୍ଧବିଶ୍ୱାସକୁ ରୋକିବା ସମ୍ଭପର ହେବ ନାହିଁ ।