କମୁଛି ଅଂଶୁପା ହ୍ରଦ! ଦିନେ ଯେଉଁ ହ୍ରଦରେ କାତ ପାଉନଥିଲା ଏବେ ସେଠାରେ ନୌକା ମଧ୍ୟ ଚାଲିବା କଷ୍ଟକର

Advertisment
କମୁଛି ଅଂଶୁପା ହ୍ରଦ! ଦିନେ ଯେଉଁ ହ୍ରଦରେ କାତ ପାଉନଥିଲା ଏବେ ସେଠାରେ ନୌକା ମଧ୍ୟ ଚାଲିବା କଷ୍ଟକର

କନକ ବ୍ୟୁରୋ : ମହାନଦୀ କୂଳରେ ରହିଛି ରାଜ୍ୟର ବୃହତମ ମଧୁର ହ୍ରଦ ଅଂଶୁପା । ପ୍ରାକୃତିକ ସବୁଜିମାରେ ପରିପୂର୍ଣ୍ଣ ଅଂଶୁପାରେ ରହିଛି ପାହାଡ, ପାଣି, ପକ୍ଷୀ ଏବଂ ଫୁଲର ଅପୂର୍ବ ମିଳନ । ଯେଉଁ ହ୍ରଦକୁ ଦେଖିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ଆସିଥାନ୍ତି । ହେଲେ ଦିନକୁ ଦିନ ଏହାର ପରିସୀମା କମିଯିବାରୁ ଅସନ୍ତୋଷ ପ୍ରକାଶ ପାଇଛି ।

ଓଡିଶାରେ ବିକାଶ ପାଇଁ ପ୍ରକୃତି ବହୁତ କିଛି ଦେଇଛି । ଏମିତି ଏକ ପ୍ରାକୃତିକ ପର୍ଯ୍ୟଟନସ୍ଥଳି ହେଉଛି କଟକ ଜିଲ୍ଲା ବାଙ୍କୀରେ ଥିବା ରାଜ୍ୟର ବୃହତମ ମଧୁର ହ୍ରଦ ଅଂଶୁପା । ହେଲେ ସରକାରୀ ଉଦାସୀନତା ଯୋଗୁଁ ଅଂଶୁପାର ବିକାଶ ଅଟକି ଯାଇଥିବା ଅଭିଯୋଗ ହୋଇଛି । ଯେଉଁ ହ୍ରଦରେ ଦିନେ କାତ ପାଉନଥିଲା ତାହା ଏବେ ଦଳ ଓ ଜଳଜ ଗୁଳ୍ମରେ ଭର୍ତି । ସ୍ଥିତି ଏଭଳି ହୋଇଛି ଯେ, ଏଠାରେ ନୌକା ବିହାର କଣ ଦୁଇ ହାତ ଚାଲିବା ବି କଷ୍ଟକର ହୋଇପଡୁଛି ।

publive-imageଯତ୍ନ ଅଭାବରୁ ଅଂଶୁପାର ଆକାର ୭୪୮ ଏକରରୁ ପୋତି ହୋଇ ୩୪୨ ଏକରରେ ସୀମିତ ହୋଇଗଲାଣି । ୨୦୦୮ରେ ଅଂଶୁପାର ବିକାଶ ପାଇଁ ୬ କୋଟି ୪୧ ଲକ୍ଷ ଟଙ୍କା ଦେଇଥିଲେ ରାଜ୍ୟ ସରକାର । ରୋପୱେ, ନୌକା ବିହାର, ହସ୍ତଶିଳ୍ପ ବଜାର ନିର୍ମାଣ ଏବଂ ହରିଣ ପାର୍କର ଉନ୍ନତିକରଣ ପାଇଁ ଯୋଜନା ହୋଇଥିଲା । ହେଲେ ଆଜି ଅଂଶୁପା ବୁଲି ଦେଖିଲେ ସେଭଳି କିଛି ଯୋଜନା କାର୍ଯ୍ୟକାରୀ ହୋଇଥିବା ମନେ ହେଉନାହିଁ ।

ସେହିଭଳି ୨୦୧୪ ମସିବାରେ ଅଂଶୁପାର ବିକାଶ ପାଇଁ ଖର୍ଚ ୮ କୋଟିରୁ ଅଧିକ ଟଙ୍କା ଖର୍ଚ ହୋଇଛି । ହ୍ରଦ ପାଖରେ କ୍ୟାଫେଟେରିଆ, ଯାତ୍ରୀ ବିଶ୍ରାମଗାର ଓ ସାରଙ୍ଗଗଡରେ ପାନ୍ଥ ନିବାସ ପାଇଁ ଏହି ଅର୍ଥ ବିନିଯୋଗ କରାଯାଇଛି । ହେଲେ ଏବେ ସୁଦ୍ଧା କ୍ୟାଫେଟେରିଆ, ଯାତ୍ରୀ ବିଶ୍ରାମଗାର ନିର୍ମାଣ ଶେଷ ହୋଇନଥିବା ବେଳେ ପାନ୍ଥ ନିବାସର ଆନୁସଙ୍ଗିକ ସୁବିଧା ନଧିବାରୁ ସମସ୍ୟା ଭୋଗ କରୁଛନ୍ତି ପର୍ଯ୍ୟଟକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe