କନକ ବ୍ୟୁରୋ: ଢେଙ୍କାନାଳ ମହାବିରୋଡ଼ ଥାନା ଭେଜିଆ ମନ୍ଦିର ଛକ ନିକଟରେ ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ସମ୍ବଲପୁରରୁ ଚଣ୍ଡିଖୋଲ ଯାଉଥିବା ବେଳେ ତାଳଚେର ଆଡ଼ୁ ଖମାର ଆଡ଼କୁ ଯାଉଥିବା ଟ୍ରକ୍ ମଧ୍ୟ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ବସରେ ଥିବା ୩ଜଣ ଆହତ ହୋଇଛନ୍ତି । ଟ୍ରକ୍ ଚାଳକ ମଧ୍ୟ ଗୁରୁତର ଅଛନ୍ତି । ବସରେ ଥିଲେ ୫୧ ଜଣ ଯାତ୍ରୀ । ଚଣ୍ଡୀଖୋଲରୁ ସମ୍ବଲପୁର ହୀରାକୁଦ ଯାଇଥିଲା ଏହି ବସ୍ । ପିକନିକ୍ ଯାଇଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି । ଘଟଣା ସ୍ଥଳରେ ମହାବିରୋଡ଼ ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।
ଆଉ ଏକ ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ । ଟ୍ରକ ଚାଳକଙ୍କ ସମେତ ୪ ଗୁରୁତର । ହୀରାକୁଦରୁ ପିକନିକ୍ ସାରି ଫେରିବାବେଳେ ଦୁର୍ଘଟଣା ।
/kanak/media/post_attachments/wp-content/uploads/2024/01/12-2.jpg)