କନକ ବ୍ୟୁରୋ: ରାଜସ୍ଥାନର କୋଟାରେ ପୁଣି ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି। ଛାତ୍ର ଜଣଙ୍କ କୋଟାରେ ରହି ଜେଇଇ ପାଇଁ ପ୍ରସ୍ତୁତ ହେଉଥିଲେ। ତାଙ୍କ ଘର ବିହାରର ନାଳନ୍ଦାରେ। ପ୍ରାୟ ୧ ବର୍ଷ ଧରି ସେ ଏଠାରେ ରହୁଥିଲେ ଏବଂ ତାଙ୍କ ନାଁ ସନ୍ଦୀପ କୁମାର। ତାଙ୍କ ସାନ ଭାଇ ମଧ୍ୟ ଏଠାରେ ରହି ନିଟ୍ ପାଇଁ ପ୍ରସ୍ତୁତ ହେଉଥିଲେ। ଦୁଇ ଭାଇ ଅଲଗା ସ୍ଥାନରେ ରହୁଥିଲେ। ସ୍ଥାନୀୟ ପୁଲିସ ଅଫିସର ମହେନ୍ଦ୍ର ମାରୋଙ୍କ ସୂଚନା ଅନୁଯାୟୀ ଆତ୍ମହତ୍ୟା କରିଥିବା ଛାତ୍ରଙ୍କ ବୟସ ୧୬। ସେ ପେଇଙ୍ଗ ଗେଷ୍ଟ୍ ଭାବେ ରହୁଥିଲେ। ସମାନ ବିଲ୍ଡିଂରେ ରହୁଥିବା ତାଙ୍କର ଅନ୍ୟ ସାଙ୍ଗମାନେ ତାଙ୍କୁ ବାରମ୍ବାର ଡାକିଥିଲେ ସୁଦ୍ଧା ସେ ଶୁଣିନଥିଲା। ଫଳରେ ସେମାନଙ୍କର ସନ୍ଦେହ ହେବାରୁ ସେମାନେ ପୁଲିସରେ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ତାଙ୍କ ମୃତଦେହ ଜବତ କରିଥିଲା। ଛାତ୍ରଙ୍କୁ ତାଙ୍କ ରୁମ୍ରୁ ପୁଲିସ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲା। ତେବେ ଘଟଣାସ୍ଥଳରୁ କୌଣସି ସୁଇସାଇଡ୍ ନୋଟ୍ ମିଳିନାହିଁ। ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ଏବଂ ତାଙ୍କ ବାପା ମା’ଙ୍କୁ ଏନେଇ ଅବଗତ କରାଯାଇଛି।
ଚଳିତବର୍ଷ ଏ ପର୍ୟ୍ୟନ୍ତ ମୋଟ୍ ୧୩ ଜଣ ଛାତ୍ର କୋଟାରେ ଆତ୍ମହତ୍ୟା କରିଛନ୍ତି। ଗତବର୍ଷ କୋଟାରେ ୨୭ ଛାତ୍ର ଆତ୍ମହତ୍ୟା କରିଥିଲେ। କୋଟା ହେଉଛି ଦେଶର କୋଚିଂ ହବ୍। ଦେଶବ୍ୟାପୀ ବିଭିନ୍ନ ରାଜ୍ୟରୁ ଛାତ୍ରମାନେ ଦଶମ ପରୀକ୍ଷା ଶେଷ ହେବାପରେ କୋଟାରେ ଯାଇ କୋଚିଂ ନିଅନ୍ତି। ପୁଲିସ ଅନୁଯାୟୀ ୨୦୨୨ରେ କୋଟାରେ ୧୫ ଛାତ୍ର ଆତ୍ମହତ୍ୟା କରିଥିବା ବେଳେ ୨୦୧୯ରେ ୧୮ ଏବଂ ୨୦୧୮ରେ ୨୦, ୨୦୧୭ରେ ୭, ୨୦୧୫ରେ ୧୮ ଜଣ ଆତ୍ମହତ୍ୟା କରିଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/07/2-7.jpg)