ଆସୁଛି ଆଉ ଏକ ବାତ୍ୟା ! ୪ରେ ତାମିଲନାଡୁ ଉପକୂଳରେ ମାଡ଼ କରିବ ଘୂର୍ଣ୍ଣିବାତ୍ୟା ‘ବୁରେଭି’

Advertisment
ଆଜି ବାତ୍ୟା ରୂପ ନେବ ‘ୟାସ୍’ : ୨୬‌ ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁବ

କନକ ବ୍ୟୁରୋ : ବଙ୍ଗୋପସାଗରେ ସୃଷ୍ଟ ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ବୁରେଭି’ ଡିସେମ୍ବର ୪ ତାରିଖ ଶୁକ୍ରବାର ଦିନ ତାମିଲନାଡୁ ଉପକୂଳରେ ସ୍ଥଳଭାଗରେ ପ୍ରବେଶ କରିପାରେ ବୋଲି ମଙ୍ଗଳବାର ଦିନ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଏହି ସାମୁଦ୍ରିକ ଘୂର୍ଣ୍ଣିବାତ୍ୟାର ନାମକରଣ କରିଛି ମାଳଦ୍ୱୀପ । ଡିସେମ୍ବର ୨ ତାରିଖ ସନ୍ଧ୍ୟା କିଂବା ରାତିରେ ଏହି ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ତ୍ରିଙ୍କୋମାଲୀ ପାଖ ଦେଇ ଶ୍ରୀଲଙ୍କା ଉପକୂଳ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରାଯାଇଛି। ତ୍ରିଙ୍କୋମାଲୀ ଅତିକ୍ରମ କରିବା ସମୟରେ ଘଣ୍ଟାପ୍ରତି ୯୫ କିଲୋମିଟର ଝୁଙ୍କ ସହ ବତାସର ବେଗ ଘଣ୍ଟାପ୍ରତି ୭୫ ରୁ ୮୫ କିଲୋମିଟର ରହିପାରେ।

ଏହାପରେ ‘ବୁରେଭି’ ପଶ୍ଚିମ ପ୍ରାନ୍ତକୁ ଗତିକରି ଡିସେମ୍ବର ୩ ତାରିଖ ସକାଳେ ମାନ୍ନର ଉପସାଗର ଏବଂ ତତ୍‌ସଂଲଗ୍ନ କମୋରିନ୍‌ ଅଞ୍ଚଳରେ ପହଞ୍ଚିବ। ସେଠାରୁ ପଶ୍ଚିମ-ଦକ୍ଷିଣପଶ୍ଚିମ ଆଡ଼କୁ ଗତିକରିବା ପରେ ଡିସେମ୍ବର ୪ ତାରିଖ ପ୍ରତ୍ୟୁଷରେ କନ୍ୟାକୁମାରୀ ଏବଂ ପାମ୍ବନ ମଧ୍ୟ ଦେଇ ତାମିଲନାଡୁ ଉପକୂଳ ଅତିକ୍ରମ କରିବ। କିନ୍ତୁ, ‘ବୁରେଭି’ ‘ନିଭାର’ ଭଳି ଉଗ୍ର ହେବ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।

ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ବୁରେଭି’ ପ୍ରଭାବରେ ତାମିଲନାଡୁର କନ୍ୟାକୁମାରୀ, ତିରୁନେଲବେଲି, ତୁତୁକୁଣ୍ଡି, ତେନକାସି, ରାମନାଥପୁରମ୍‌ ଏବଂ ଶିବଗଙ୍ଗାଇ ଅଞ୍ଚଳରେ ଡିସେମ୍ବର ୨ ଓ ୩ ତାରିଖରେ ପ୍ରବଳରୁ ପ୍ରବଳତର ବର୍ଷା ହେବାର ସମ୍ଭାବନା ରହିଛି । ଏହା ବ୍ୟତିରେକେ, କେରଳର ତିରୁବନନ୍ତପୁରମ, କୋଲାମ, ପତନମତିତ୍ତ ଏବଂ ଆଲାପ୍ପୁଜାରେ ଡିସେମ୍ବର ୩ ତାରିଖ ଦିନ ପ୍ରବଳ ବର୍ଷା ହୋଇପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe