ଝାଡ଼ଖଣ୍ଡରେ ହୋଇଛି ଆଉ ଏକ ସିମ୍ ବକ୍ସ । ଭୁବନେଶ୍ୱରରେ ଥିବା ଲିଙ୍ଗରାଜ ହୋଟେଲରେ ରହୁଥିଲା ବାଂଲାଦେଶୀ ଅସଦୁର ଜମାନ । ସିସିଟିଭି ଓ ରେଜିଷ୍ଟାର ଚେକ୍ କରି ଗୁମର ଫିଟାଉଛି କମିଶନରେଟ ପୋଲିସ ।

ଝାଡ଼ଖଣ୍ଡରେ ହୋଇଛି ଆଉ ଏକ ସିମ୍ ବକ୍ସ । ଭୁବନେଶ୍ୱରରେ ଥିବା ଲିଙ୍ଗରାଜ ହୋଟେଲରେ ରହୁଥିଲା ବାଂଲାଦେଶୀ ଅସଦୁର ଜମାନ । ସିସିଟିଭି ଓ ରେଜିଷ୍ଟାର ଚେକ୍ କରି ଗୁମର ଫିଟାଉଛି କମିଶନରେଟ ପୋଲିସ ।

କନକ ବ୍ୟୁରୋ: ଖୋଲୁଛି ସିମ୍ ବକ୍ସ ପଛରେ ଆନ୍ତର୍ଜାତୀୟ ଆତଙ୍କବାଦୀ ରାକେଟ୍ର ଗୁମର । ବାଂଲାଦେଶରୁ ଭାୟା ଅଗରତାଲା ଟ୍ରେନ ଯୋଗେ ଓଡ଼ିଶା ଆସିଥିଲା ଅସଦୁର ଜମାନ । ଆଉ ସେ ଭୁବନେଶ୍ବରରେ ଥିବା ଲିଙ୍ଗରାଜ ହୋଟେଲରେ ରହୁଥିଲା । ଏବେ ଏହାକୁ ନେଇ କମିଶନରେଟ ପୋଲିସ ତଦନ୍ତ ଆଗକୁ ବଢାଉଛି। ହୋଟେଲରେ ପହଂଚି ତନାଘନା କରୁଛି ପୋଲିସ। ହୋଟେଲ ରେଜିଷ୍ଟର, ସିସିଟିଭି ଯାଂଚ କରୁଛି। କେବେ ଆସିଥିଲା, କେତେ ଦିନ ରହିଥିଲା ତାର ଯାଂଚ କରୁଛି ପୋଲିସ । ରିମାଣ୍ଡରେ ଥିବା ରାଜୁ ମଣ୍ଡଳକୁ ପଚରା ଉଚରା କରି ଏହି ସବୁ ତଥ୍ୟ ପାଇବା ପରେ ତଦନ୍ତ କରୁଛି । କେବଳ ଭୁବନେଶ୍ୱର ନୁହେଁ କଟକରେ ମଧ୍ୟ ରହିଥିଲା ବାଂଲାଦେଶର ଅସଦୁର ଜମାନ ।

ଗତ ଅକ୍ଟୋବର ୨୧ରେ ତ୍ରିପୁରାର ଅଗରତାଲା ସୀମା ପଟେ ବାଂଲାଦେଶରୁ ଭାରତକୁ ଆସିଥିଲା । ଆସାମ ଓ ପଶ୍ଚିମବଙ୍ଗରେ ବୁଲିଥିଲା । ଏହା ପରେ ଡିସେମ୍ବରରେ ଟ୍ରେନ୍ ଯୋଗେ ଓଡ଼ିଶାରେ ପହଂଚିଥିଲା । ରାଜୁ ମଣ୍ଡଳକୁ ସାଙ୍ଗରେ ଧରି କଟକ ସ୍ଥିତ ଭଡ଼ା ଘରକୁ ଯାଇଥିଲା । ସେଠାରେ ସିମ୍ ବକ୍ସ ସଂଯୋଗ କରିଥିଲା ଅସଦୁର ଜମାନ । ଏହା ପରେ ଡିସେମ୍ବର ୨୪ ତାରିଖରେ ପଶ୍ଚିମବଙ୍ଗ ହରିଦାସପୁର ବାଟ ଦେଇ ବାଂଲାଦେଶ ପଳାଇଯାଇଥିଲା । କଟକ ଓ ଭୁବନେଶ୍ୱରର ମିଳିତ ଚଢ଼ାଉରେ ମଧୁପାଟଣା ଥାନା ଅଞ୍ଚଳର ରାଜେନ୍ଦ୍ର ନଗରରେ ୫ଟି ସିମ୍ ବକ୍ସ, ୨୩୬ଟି ଆକ୍ଟିଭ ସିମ୍, ୩୧୦ଟି ସିମ୍, ୪୦ଟି ସିମ୍ କ୍ୟାରିୟର, ଗୋଟିଏ ମଡେମ ଏବଂ ଦୁଇଟି ୨ଟି ରାଉଟର ଜବତ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe