କଂଗ୍ରେସକୁ ଆଉ ଏକ ଝଟକା ! ମୋଗା ଆସନରେ ହାରିଗଲେ ସୋନୁ ସୁଦଙ୍କ ଭଉଣୀ ମାଲବିକା ସୁଦ୍ ।

Advertisment
କଂଗ୍ରେସକୁ ଆଉ ଏକ ଝଟକା ! ମୋଗା ଆସନରେ ହାରିଗଲେ ସୋନୁ ସୁଦଙ୍କ ଭଉଣୀ ମାଲବିକା ସୁଦ୍ ।

କନକ ବ୍ୟୁରୋ: ଟ୍ରେଣ୍ଡ୍ ପରେ ଏବେ ଆସିବାରେ ଲାଗିଛି ଫଳାଫଳ । ପଞ୍ଜାବ ରାଜନୀତିରେ ବଦଳୁଛି ସମୀକରଣ । ପଞ୍ଜାବର ମୋଗା ଆସନରେ ନିର୍ବାଚନ ଲଢୁଥିବା ସୋନୁ ସୁଦଙ୍କ ଭଉଣୀ ମାଲବିକା ସୁଦ୍ ପରାଜିତ ହୋଇଛନ୍ତି । ଆପ୍ ପ୍ରାର୍ଥୀ ଅମନଦୀପ କୌର ଅରୋରା ୨୦ ହଜାର ଭୋଟ ବ୍ୟବଧାନରେ ଆଗରେ ଅଛନ୍ତି । ତେବେ ୨ ନମ୍ବର ସ୍ଥାନରେ ରହି ମାଲବିକା ମୋଗାରେ ଆପ୍ ପ୍ରାର୍ଥୀଙ୍କୁ କଡ଼ା ଟକ୍କର ଦେଇଥିଲେ ।

ବର୍ତ୍ତମାନ ଇଭିଏମ୍ ଓ ପୋଷ୍ଟାଲ ଭୋଟ୍ ଗଣତି ଜାରି ରହିଥିବାବେଳେ ମାଲବିକାଙ୍କୁ ମିଳିଛି ୩୮ ହଜାର ୧୨୫ ଖଣ୍ଡ ଭୋଟ୍ ମିଳିଛି । ଅନ୍ୟପଟେ ଆପ୍ ପ୍ରାର୍ଥୀ ଅମନଦୀପ କୌର ଅରୋରାଙ୍କୁ ୫୮ ହଜାର ୮୧୩ ଖଣ୍ଡ ଭୋଟ୍ । ଏକତରଫା ଭଳି ପଞ୍ଜାବ ପରୀକ୍ଷାରେ ଟପ୍ପର ବନିଛି ଆପ୍ ।

ପଞ୍ଜାବ ପତିଆରା
– ୨୦୧୭ରେ ୭୭ ଆସନ ଜିତି କ୍ଷମତାରେ ବସିଥିଲା କଂଗ୍ରେସ
– ସିରୋମଣି ଅକାଳୀ ଦଳ ଓ ବିଜେପିକୁ ମିଳିଥିଲା ୧୮ ଆସନ
– ୨୦ଟି ଆସନ ଜିତି ମୁଖ୍ୟ ବିରୋଧୀ ଦଳ ଆସନରେ ବସିଥିଲା ଆପ୍
– ଏଥର ବିଜେପି ସହ ହାତ ମିଳାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ
– ମୁଖ୍ୟମନ୍ତ୍ରୀ ଥାଇ ଅମରିନ୍ଦରଙ୍କୁ ଦଳରୁ ବିଦା କରିଥିଲା କଂଗ୍ରେସ
– ପଞ୍ଜାବ ଲୋକ ଦଳ ଗଢି ନିର୍ବାଚନକୁ ଓହାଇଥିଲେ ଅମରିନ୍ଦର
– ସିରୋମଣି ଅକାଳି ଦଳ ସହ ହାତ ମିଳାଇଛି ବିଏସପି
– ପଞ୍ଜାବରେ ଅଛି ମୋଟ୍ ୧୧୭ଟି ବିଧାନସଭା ଆସନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe