ବିହାର ନିର୍ବାଚନରେ ପ୍ରଦର୍ଶନ ନେଇ ମୁହଁ ଖୋଲିଲେ ଆଉ ଜଣେ ବରିଷ୍ଠ କଂଗ୍ରେସ ନେତା: ଦଳର ପ୍ରଦର୍ଶନ, ପରିଚାଳନା ନେଇ ଗୁଲାମ ନବୀ ଆଜାଦଙ୍କ ପ୍ରଶ୍ନ

କହିଲେ, ପଂଚତାରକା ସଂସ୍କୃତି ବଳରେ ଜିତିହେବ ନାହିଁ ନିର୍ବାଚନ

83

କନକ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନରେ କଂଗ୍ରେସର ଖରାପ ପ୍ରଦର୍ଶନ ପରେ ମୁହଁ ଖୋଲିଛନ୍ତି ଆଉ ଜଣେ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ । ଆଜାଦ ଦଳର ପ୍ରଦର୍ଶନ, ପରିଚାଳନା ନେଇ କିଛି ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି, ଦଳରେ ଫାଇଭ୍ ଷ୍ଟାର କଲଚର ଚାଲୁଛି, ଆଉ ଏହା ମାଧ୍ୟମରେ ନିର୍ବାଚନ ଜିତି ହେବ ନାହିଁ । ଲୋକଙ୍କଠାରୁ ଦୂରେଇ ଯିବା ନୀତି ଓ ଚାଟୁକାରିତା ଯୋଗୁଁ ଦଳର ସ୍ଥିତି ଏଭଳି ହୋଇଛି ।

୭୨ ବର୍ଷର ଇତିହାସରେ ଦଳ ଖରାପ ସ୍ଥିତରେ ଗତି କରୁଛି । ଦଳୀୟ ନେତୃତ୍ୱ ବିଭିନ୍ନ ପଦପଦବୀ ପାଇଁ ନିର୍ବାଚନ କରିବା ଆବଶ୍ୟକ ବୋଲି କହିଛନ୍ତି ଗୁଲାମ ନବୀ ଆଜାଦ । ପୂର୍ବରୁ କପିଲ ଶିବଲ ଓ ପି.ଚିଦାମ୍ବରମ ମଧ୍ୟ ଦଳର ପରିଚାଳନା ଓ ପ୍ରଦର୍ଶନକୁ ନେଇ ପ୍ରଶ୍ନ ଉଠାଇଥିଲେ ।