‘ମୋଦି କେୟାର’ ପରେ ମୋଦିଙ୍କ ଆଉ ଏକ ଯୋଜନା : ୫୦ କୋଟି ଲୋକଙ୍କୁ ମିଳିବ ଫାଇଦା

30

ମୋଦି ସରକାରଙ୍କ ଆଗାମୀ ନିର୍ବାଚନ ପୂର୍ବରୁ ୫୦ କୋଟି ଲୋକଙ୍କ ପାଇଁ ସାମାଜିକ ସୁରକ୍ଷାର ଏକ ବଡ ଯୋଜନା ନେଇକି ଆସିବ । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ(ପିଏମଓ) ସର୍ବବ୍ୟାପୀ ସାମାଜିକ ସୁରକ୍ଷା ସହିତ ଜଡିତ ଶ୍ରମ ମନ୍ତ୍ରଣାଳୟର ଏହି ପ୍ରସ୍ତାବକୁ ମଂଜୁରୀ ଦେଇଛି । ଏହା ଅଧିନରେ କୃଷି କ୍ଷେତ୍ରରେ କାମ କରୁଥିବା ଶ୍ରମିକ ବି ଆସିବେ । ଏହା ପୂର୍ବରୁ କେନ୍ଦ୍ର ସରକାର ଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ‘ ଆୟୁଷ୍ମାନ ଭାରତ’ର ଘୋଷଣା କରିଥିଲେ, ଯେଉଁଥିରେ ୧୦ କୋଟି ଗରୀବ ପରିବାରଙ୍କୁ ୫-୫ ଲକ୍ଷ ଟଙ୍କାର ହେଲଥ କଭର ଦିଆଯିବ ।

ଖବର ମୁତାବକ, ବିତ୍ତ ଓ ଶ୍ରମ ମନ୍ତ୍ରଣାଳୟ ଏହି ଯୋଜନା ଉପରେ କାମ କରିବେ । ଏହା ଅଧିନରେ ପେନସନ( ମୃତ ଓ ଦିବ୍ୟାଙ୍ଗ ଉଭୟ) ଏବଂ ମାତୃତ୍ୟ ସହିତ ଇଚ୍ଛାଧୀନ ମେଡିକାଲ, ରୋଗ ଓ ବେକାରୀଙ୍କୁ ବି କିଛି ପ୍ରୋତ୍ସାହନ ଦିଆଯିବ । ନିକଟରେ ହୋଇଥିବା ଏକ ଉଚ୍ଚ ସ୍ତରୀୟ ବୈଠକରେ ପିଏମଓ ଶ୍ରମ ମନ୍ତ୍ରଣାଳୟ ସାମାଜିକ ସୁରକ୍ଷାକୁ କଭର କରିବା ଉପରେ ପଦକ୍ଷେପ ବଢ଼ାଇବା ପାଇଁ କହିଛନ୍ତି । ଶ୍ରମ ମନ୍ତ୍ରଣାଳୟର ଅଧିକାରୀଙ୍କ ମୁତାବକ ବିତ୍ତ ମନ୍ତ୍ରଣାଳୟ ମଧ୍ୟ ଏହି ବିଚାରରେ ଏକମତ ଅଛନ୍ତି ।

କେମିତି ହେବ ଏହି ଯୋଜନା : ସାର୍ବଜନିକ ସାମାଜିକ ସୁରକ୍ଷା ଯୋଜନାକୁ ୧୦ବର୍ଷରେ ତିନି ପର୍ଯ୍ୟାୟରେ ଲାଗୁ କରାଯିବ । ପ୍ରଥମ ପର୍ଯ୍ୟାୟରେ ସମସ୍ତ ଶ୍ରମିକଙ୍କୁ ମାମୁଲି ସହାୟତା ରାଶି ଦିଆଯିବ, ଯେଉଁଥିରେ ସ୍ୱାସ୍ଥ୍ୟ ସୁରକ୍ଷା ଓ ଅବସର ଲାଭ ଅନ୍ତର୍ଭୁକ୍ତ । ଦ୍ୱିତୀୟ ସୋପାନରେ ବେକାରୀ ମାନଙ୍କୁ ଲାଭାନ୍ୱିତ କରାଯିବ । ତୃତୀୟ ପର୍ଯ୍ୟାୟରେ ଅନ୍ୟ କଲ୍ୟାଣକାରୀ ଯୋଜନାଗୁଡିକର ଆରମ୍ଭ କରାଯାଇପାରିବ । ୫୦ କୋଟି ହିତାଧିକାରୀଙ୍କୁ ଚାରିଟି ସ୍ତରରେ ବଣ୍ଟା ଯାଇଛି । ପ୍ରଥମ ସ୍ତରରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକ, ଯେଉଁମାନେ କିଛି ଋଣ ପରିଶୋଧ କରିପାରିବେନି । ଏମାନଙ୍କ ପାଇଁ କେନ୍ଦ୍ର ସରକାର ଟ୍ୟାକ୍ସ ଆଦାୟ କରିବେ ।