ସାମ୍ନାକୁ ଆସିଲା ସମଲେଇ ପ୍ରକଳ୍ପ ଦୁର୍ନୀତିର ଚିତ୍ର ; ରାଜସ୍ୱ ଆଦାୟର ବାଟ ଖୋଲୁନାହିଁ ମନ୍ଦିର ପ୍ରଶାସନ 

ସାମ୍ନାକୁ ଆସିଲା ସମଲେଇ ପ୍ରକଳ୍ପ ଦୁର୍ନୀତିର ଚିତ୍ର ; ରାଜସ୍ୱ ଆଦାୟର ବାଟ ଖୋଲୁନାହିଁ ମନ୍ଦିର ପ୍ରଶାସନ 

କନକ ବ୍ୟୁରୋ: ସମଲେଇ ମନ୍ଦିର ଆଲୋକୀକରଣ ପାଇଁ ଅର୍ଥ ନିଅଣ୍ଟ। ମନ୍ଦିର ପାଇଁ ଆୟର ସ୍ରୋତ ଅଛି, ହେଲେ ଧ୍ୟାନ ଦେଉ ନାହାନ୍ତି କର୍ତ୍ତୃପକ୍ଷ। ବିଦ୍ୟୁତ ବିଲ୍ ପାଇଁ ଅର୍ଥ ନିଅଣ୍ଟର କଥା କହୁଥିବା ମନ୍ଦିର ପ୍ରଶାସନ ରାଜସ୍ୱ ଆସିବାର ବାଟ ଖୋଲୁନାହିଁ।

ପ୍ରତିମାସ ବିଦ୍ୟୁତ ବିଲ୍ ପାଇଁ ୩ ଲକ୍ଷ ଟଙ୍କା ଆବଶ୍ୟକ ହେଉଥିବା ବେଳେ ରାଜସ୍ୱ ଆଦାୟର ସ୍ରୋତ ବନ୍ଦ କରି ରଖାଯାଇଛି। ପ୍ରକଳ୍ପ ସମୟରେ ୬୫ଟି ଦୋକାନ ଘର କରାଯାଇଥିଲା। ହେଲେ ଗୋଟିଏ ଦୋକାନକୁ ପୂର୍ବ ସରକାର ଭଢା ସୂତ୍ରରେ ଦେଇ ବାକି ସମସ୍ତ ଦୋକାନକୁ ଭଡାରେ ଦେଉନାହାନ୍ତି। ଯାହାଦ୍ବାରା ରାଜସ୍ୱର ବାଟ ବନ୍ଦ ହୋଇଯାଇଛି। କାହା ସ୍ୱାର୍ଥରେ କର୍ତ୍ତୃପକ୍ଷ ଦୋକାନ ଘର ଗୁଡିକୁ ଭଡ଼ା ଦିଆନଯାଇ ପକାଇ ରଖାଯାଇଛି। ଦୋକାନ ଘର ଗୁଡିକୁ ଭଡା ସୂତ୍ରରେ ପ୍ରଦାନ କରାଗଲେ ଲୋକେ ମନ୍ଦିର ପ୍ରଶାସନ ପାଖକୁ ଆୟ ଆସିବା ସହ ସମସ୍ତ ଆନୁଷଙ୍ଗିକ ଖର୍ଚ୍ଚ ସୁରୁଖୁରରେ ଉଠିଯାଆନ୍ତା ବୋଲି ଲୋକେ ଦାବି କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe