କନକ ବ୍ୟୁରୋ: ପୁଣି ଓଡ଼ିଆ ଫିଲ୍ମକୁ ବିରୋଧ । ବଲାଙ୍ଗୀର କଂଟାବାଂଜି ଆଲିସାନ ସିନେମା ହଲ ଆଗରେ ଫିଲ୍ମର ପୋଷ୍ଟର ଚିରିଲେ କୋଶଳ ମୁକ୍ତି ମୋର୍ଚ୍ଚା ସଦସ୍ୟ । ସିନେମା ହଲ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଫିଲ୍ମକୁ ବନ୍ଦ କରିବାକୁ ହଲ କର୍ତୃପକ୍ଷଙ୍କୁ ଦାବି କରିଛି କୋଶଳ ମୁକ୍ତି ମୋର୍ଚ୍ଚା ସଦସ୍ୟ । ଦୁଇ ଦିନ ତଳେ ଝାରସୁଗୁଡାରେ ଫିଲ୍ମ ପ୍ରଥା ଏବଂ ମାଲ୍ୟଗିିରିକୁ ବିରୋଧ ହୋଇଥିଲା ।