ଅଂଶୁଘାତରେ ଗଲା ଆଉ ଜଣଙ୍କ ଜୀବନ । ଭୋଗରାଇ ବ୍ଳକରେ ପ୍ରାଣ ହରାଇଲେ ଚାଷୀ ।

212

କନକ ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ମହେଶପୁର ଗାଁରେ ସୋମବାର ଅତ୍ୟଧିକ ଖରା ପ୍ରଭାବରେ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ୬୨ ବର୍ଷୀୟ ଲକ୍ଷ୍ମୀକାନ୍ତ ସାହୁ ନିଜ ଧାନ କିଆରୀକୁ ସକାଳ ୯ଟା ବେଳେ ଯାଇଥିଲେ । ହେଲେ ଆଉ ମଧ୍ୟାହ୍ନ ସୁଦ୍ଧା ଘରକୁ ଫେରିନଥିଲେ । ବିଳମ୍ବ ହେବାରୁ ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ତେବେ ଲକ୍ଷ୍ମୀକାନ୍ତ ବିଲରେ ପଡ଼ିଯାଇଥିବା ଅନ୍ୟ ଜଣେ ଚାଷୀ ଦେଖିବାକୁ ପାଇ ତାଙ୍କ ଘରକୁ ଖବର ଦେଇଥିଲେ । ଲକ୍ଷ୍ମୀକାନ୍ତଙ୍କୁ ଲୋକେ ତୁରନ୍ତ ସ୍ଥାନୀୟ ହସ୍ପିଟାଲକୁ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।