କନକ ବ୍ୟୁରୋ: ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଆଉ ଜଣଙ୍କର ମୃତ୍ୟୁ । କଟକ ଏସସିବିରେ ଚିକିତ୍ସିତ ହେଉଥିବା ଆଉ ଜଣେ ଆହତଙ୍କ ମୃତ୍ୟୁ ହୋଇଛି । ତାଙ୍କ ନାଁ ପଲତୁ ନସ୍କାର । ମୃତକଙ୍କ ଘର ପଶ୍ଚିମବଙ୍ଗର ଦକ୍ଷିଣ ଚବିଶ ପ୍ରଗଣା ଅଞ୍ଚଳରେ । ବାହାନଗା ଟ୍ରେନ ଦୁର୍ଘଟଣାରେ ଆହତ ହେବା ପରେ ତାଙ୍କର ଏସସିବିରେ ଚିକିତ୍ସା ଚାଲିଥିଲା । ସେଂଟ୍ରାଲ ଆଇସିୟୁ ବେଡ ନମ୍ବର -୧୪ରେ ଚିକିତ୍ସିତ ହେଉଥିଲେ ପଲତୁ । ଆଜି ଦିନ ୧୨ଟା ୪୫ରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଏସସିବି ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ମିଶାଇ ଏସସିବିରେ ଟ୍ରେନ୍ ଦୁର୍ଘଟଣାରେ ମୃତକ ସଂଖ୍ୟା ୪କୁ ବୃଦ୍ଧି ପାଇଛି ।
ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଆଉ ଜଣଙ୍କର ମୃତ୍ୟୁ । କଟକରେ ଚିକିତ୍ସାଧୀନ ଆଉ ଜଣେ ଆହତ ବୁଜିଲେ ଆଖି ।
/kanak/media/post_attachments/wp-content/uploads/2023/06/22_00000-2.jpg)