କନକ ବ୍ୟୁରୋ: ପୁଣି ଏକ ଦାଦନ ଯନ୍ତ୍ରଣା । ଦକ୍ଷିଣ ଆଫ୍ରିକାର କଙ୍ଗୋରେ ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଲେ ଦିବାକର କେନ୍ଦ୍ରାପଡ଼ାର ଦିବାକର ଜେନା । ପରିବାର ପ୍ରତିପୋଷଣ ପାଇଁ ୭ମାସ ତଳେ ଦକ୍ଷିଣ ଆଫ୍ରିକାର କଙ୍ଗୋ ଯାଇଥିଲେ ଦିବାକର ।

Advertisment

ଡିସେମ୍ବର ୧୫ତାରିଖ ଦିନ ଦିବାକର ପରିବାର ସହିତ କଥା ହୋଇଥଲେ । କିନ୍ତୁ ୧୬ତାରିଖ ତାଙ୍କର ଅକାଳ ମୃତ୍ୟୁ ହୋଇଥିବା ଖବର ପହଂଚିଥିଲା । ମୃତ୍ୟୁର ୨୩ ଦିନ ପରେ ଫେରିଛି ଦକ୍ଷିଣ ଆଫ୍ରିକାରୁ ଦିବାକରଙ୍କ ମୃତଦେହ । ତେବେ ମୃତଦେହ ଦେଖିବା ପରେ ସନ୍ଦେହ ପ୍ରକଟ କରିଛନ୍ତି ପରିବାର ଲୋକ । ଦିବାକରଙ୍କ ମୃତଦେହରେ ଅନେକ କ୍ଷତବିକ୍ଷତ ଦାଗ ରହିଥିବା ପରିବାର ଲୋକ କହିଛନ୍ତି । ପରିବାର କହିଛନ୍ତି ଯେ ଦିବାକରଙ୍କୁ ସେଠାରେ ନିର୍ଯାତନା ଦିଆଯାଉଥିଲା । ଏପରିକି ଖାଇବାକୁ ଦେଉନଥିବା କଥା କହିଥିଲେ ଦିବାକର । ସେପଟେ ମୃତଦେହ ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।