ପାକିସ୍ତାନ ରେଳମନ୍ତ୍ରୀ ଶେଖ ରସିଦଙ୍କ ଆଉ ଏକ ବାହାସ୍ପୋଟ । ପରମାଣୁ ଆକ୍ରମଣ ପାଇଁ ଭାରତକୁ ପୁଣି ଦେଲେ ଧମକ । କହିଲେ, ଏଥର ହେବନି ପାରମ୍ପରିକ ଯୁଦ୍ଧ, ବରଂ ଭାରତ ଉପରେ ପରମାଣୁ ଆକ୍ରମଣ କରିବ ପାକିସ୍ତାନ

450

କନକ ବ୍ୟୁରୋ : ବୋଲମାନୁନି ପାକିସ୍ତାନର ରେଳମନ୍ତ୍ରୀଙ୍କ ଅମାନିଆ ତୁଣ୍ଡ । ଭାରତ ଉପରେ ପରମାଣୂୁ ଆକ୍ରମଣ ଲାଗି ଦେଲେ ଧମକ । ସବୁବେଳେ ଭାରତ ବିରୋଧୀ ବୟାନ ଦେଉଥିବା ପାକିସ୍ତାନର ରେଳମନ୍ତ୍ରୀ ଶେଖ ରସିଦ୍ କହିଛନ୍ତି ଯେ, ଯଦି ଭାରତ-ପାକିସ୍ତାନ ଯୁଦ୍ଧ ହୁଏ, ତାହେଲେ ଭାରତ ଉପରେ ପରମାଣୁ ଆକ୍ରମଣ କରିବାକୁ ପଛାଇବ ନାହିଁ ପାକିସ୍ତାନ । ଏହାସହ ସେ କହିଛନ୍ତି ଯେ, ଏଥର ଯୁଦ୍ଧ ହେଲେ ଏହା ପାରମ୍ପରିକ ଯୁଦ୍ଧ ପରି ହେବ ନାହିଁ, ବରଂ ସିଧା ପରମାଣୁ ଆକ୍ରମଣ କରିବ ପାକିସ୍ତାନ ।

ଆଉ ଏଥିପାଇଁ ପାକିସ୍ତାନ ନିଜ ଅସ୍ତ୍ରଶସ୍ତ୍ର ମଧ୍ୟ ପ୍ରସ୍ତୁତ ରଖିଛି । ଏହାସହ ପରମାଣୁ ଆକ୍ରମଣ କରି ଆସାମ ପର୍ଯ୍ୟନ୍ତ ଟାର୍ଗେଟ୍ କରିପାରିବ ବୋଲି କହିଛନ୍ତି ପାକିସ୍ତାନ ରେଳମନ୍ତ୍ରୀ । ଅବଶ୍ୟ ଭାରତ ବିରୋଧୀ ମନ୍ତବ୍ୟ ଦେବା ଶେଖ ରସିଦଙ୍କ ପୁରୁଣା ଅଭ୍ୟାସ । ବାରମ୍ବାର ଭାରତକୁ ଆକ୍ରମଣ ଓ ପରମାଣୁ କଥା କହି ବାହାସ୍ଫୋଟ ମାରିବାରେ ମାହିର ଏହି ପାକିସ୍ତାନୀ ରାଜନେତା ଜଣକ । ଶୁଣନ୍ତୁ କେମିତି ମୁହଁଫୁଟାଣି ମାରୁଛନ୍ତି ପାକିସ୍ତାନ ରେଳମନ୍ତ୍ରୀ ।