ଓଡ଼ିଶାରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ରାଜ୍ୟରେ ମୋଟ୍ ପଜିଟିଭ୍ ସଂଖ୍ୟା ଛୁଇଁଲା ୬୧, ସୁସ୍ଥ ହେଲେଣି ୨୪ ଜଣ ଆକ୍ରାନ୍ତ ।

1,498

କନକ ବ୍ୟୁରୋ: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ତେବେ ଉକ୍ତ ଆକ୍ରାନ୍ତ କେଉଁ ଅଞ୍ଚଳର ଏବଂ ତାଙ୍କ ବୟସ କେତେ ଏବଂ ତାଙ୍କର ଟ୍ରାଭେଲ ହିଷ୍ଟ୍ରି ଅଛି ନା ନାହିଁ ସେନେଇ କୌଣସି ସୂଚନା ରାଜ୍ୟ ସରକାର ତରଫରୁ ଏଯାଏଁ ମିଳିନାହିଁ ।

ସେପଟେ ଭୁବନେଶ୍ୱରଙ୍କ ପାଇଁ ଆଶ୍ୱସ୍ତିକର ଖବର ଆସିଛି । ପୁଣି ଏକାଥରେ ଭୁବନେଶ୍ୱରର ୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଲଗାତାର ୨ ଦିନରେ ରାଜଧାନୀରୁ ସୁସ୍ଥ ହେଲେ ୫ କରୋନା ଆକ୍ରାନ୍ତ । ତେବେ ବର୍ତ୍ତମାନ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୨୪ରେ ପହଞ୍ଚିଲା ।

ଅନ୍ୟ ପଟେ ରାଜ୍ୟରେ ଆଉ କଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ବର୍ତ୍ତମାନ ପଜିଟିଭ ସଂଖ୍ୟା ୬୧କୁ ଛୁଇଁଛି । ଆଉ ୬୧ ପଜିଟିଭରୁ ମୋଟ୍ ୨୪ ଜଣ ସୁସ୍ଥ, ହୋଇଥିବାବେଳେ ୩୬ ସକ୍ରିୟ କେସ୍ ରହିଛି ଏବଂ ଜଣକର ମୃତ୍ୟୁ ହୋଇଛି ।