କେନ୍ଦ୍ରାପଡ଼ାରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ସଂପୃକ୍ତ ଅଞ୍ଚଳକୁ ସିଲ୍ କଲା ଜିଲ୍ଲା ପ୍ରଶାସନ, ଗତକାଲି ଓଡ଼ିଶାରେ ଚିହ୍ନଟ ହୋଇଥିବା ୪ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ରାଜନଗର ଅଞ୍ଚଳର ବୋଲି କହିଲେ ଜିଲ୍ଲାପାଳ ।

1,712

କନକ ବ୍ୟୁରୋ: କେନ୍ଦ୍ରାପଡ଼ାରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ଗତକାଲି ରାତିରେ ଚିହ୍ନଟ ହୋଇଥିବା ୪ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କରୋନା ପଜିଟିଭ୍ କେନ୍ଦ୍ରାପଡ଼ା ଜିଲ୍ଲାର ବୋଲି ସ୍ପଷ୍ଟ କରିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । ତେବେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳର ହେଲେ ତାଙ୍କ ବୟସ କେତେ ଏବଂ ତାଙ୍କର ଟ୍ରାଭେଲ ହିଷ୍ଟ୍ରି ରହିଛି କି ନାହିଁ ସେବାବଦରେ କୌଣସି ସୂଚନା ଦେଇ ନାହାନ୍ତି ଜିଲ୍ଲାପାଳ । ପୂର୍ବରୁ ମଧ୍ୟ କେନ୍ଦ୍ରାପଡ଼ା ଜିଲ୍ଳାରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ତେବେ ବର୍ତ୍ତମାନ ଜିଲ୍ଲାରେ ମୋଟ୍ ୨ଜଣ କରୋନା ପଜିଟିଭ୍ ଅଛନ୍ତି । ତେବେ ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ ।  

ବଡ଼କଥା ହେଲା କି ସଂପୃକ୍ତ ଅଞ୍ଚଳକୁ ସିଲ୍ କରିବା ସହ ସାନିଟାଇଜେସନକୁ ଗୁରୁତ୍ୱ ଦେଇଛନ୍ତି ଜିଲ୍ଲାପାଳ । ସେପଟେ ଗତକାଲି ଚିହ୍ନଟ ହୋଇଥିବା ୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇ ଜଣ ସୁନ୍ଦରଗଡ଼ ବିସ୍ରା ଅଞ୍ଚଳର ବୋଲି ଜିଲ୍ଲାପାଳ କିଛି ସମୟ ପୂର୍ବରୁ ସ୍ପଷ୍ଟ କରିଥିଲେ । ଏହାପରେ ଅନ୍ୟ ଦୁଇଜଣ କରୋନା ଆକ୍ରାନ୍ତ ଜଣକ କେନ୍ଦ୍ରାପଡ଼ାର ବୋଲି ସ୍ପଷ୍ଟ ହୋଇଛି । ତେବେ ଆଉ ଜଣେ କେଉଁ ଜିଲ୍ଲାର ତାହା ବାବଦରେ ଏଯାବତ୍ ରାଜ୍ୟ ସରକାରଙ୍କ ତରଫରୁ କିଛି ସୂଚନା ପ୍ରଦାନ କରାଯାଇନାହିଁ ।

ସବୁଠାରୁ ବଡ଼କଥା ହେଲା କି, ରାଜ୍ୟରେ ବର୍ତ୍ତମାନ ମୋଟ୍ ୫୪ ଆକ୍ରାନ୍ତଙ୍କ ମଧ୍ୟରୁ ଆକ୍ଟିଭ କେସ୍ ୪୧ ଜଣ ରହିଛନ୍ତି । ସେହିପରି ୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଆଉ ଜଣଙ୍କର ମୃତ୍ୟୁ ହୋଇଛି । ଗତକାଲି ନୂଆ ୪ ଆକ୍ରାନ୍ତ ଚିହ୍ନଟ ହେବା ନେଇ ଟ୍ୱିଟ କରି ସୂଚନା ଦେଇଥିଲା ସ୍ୱାସ୍ଥ୍ୟ ବିଭାଗ । ବର୍ତ୍ତମାନ ୫୪ ଆକ୍ରାନ୍ତଙ୍କ ମଧ୍ୟରୁ ଆକ୍ଟିଭ କେସ୍ ୪୧ ଜଣ ରହିଛନ୍ତି ।