କନକ ବ୍ୟୁରୋ: ଲଂଚ ହେଲା କରୋନାର ଆଉ ଏକ ଓøଷଧ ନାଜାଲ ସ୍ପ୍ରେ । ଓøଷଧ ନାଜାଲ ସ୍ପ୍ରେ ବା ଫେବି ସ୍ରେ’କୁ ପ୍ରାପ୍ତ ବୟସ୍କ କରୋନା ଆକ୍ରାନ୍ତ ରୋଗୀ ମାନେ ବ୍ୟବହାର କରିପାରିବେ । କରୋନରେ ଅଧିକ ଗୁରୁତର ରୋଗୀଙ୍କୁ ପାଇଁ ଏହା ବେଶ ସହାୟକ ବୋଲି କୁହାଯାଉଛି । ଏହି ସ୍ପ୍ରେ ୨୪ ଘଂଟାରେ ୯୪ ପ୍ରତିଶତ ଏବଂ ୪୮ ଘଂଟାରେ ୯୯ ପ୍ରତିଶତ ଭାଇରଲ ଲୋଡ କୁ କମାଇବାରେ ସକ୍ଷମ ବୋଲି ଜଣାପଡିଛି । କାନାଡାର ଫାର୍ମା କମ୍ପାନୀ ସାନୋଟାଇଜର ସହଭାଗୀତାରେ ଭାରତୀୟ ଫାର୍ମା କମ୍ପାନୀ ଗ୍ଲେନମାର୍କ, ଭାରତରେ ଏହାର ଶୁଭାରମ୍ଭ କରିଛି ।
ମୁମ୍ବାଇ ସ୍ତିତ ଏହି କମ୍ପାନୀ ଓøଷଧ ତିଆରୀ ଓ ବଜାରରେ ବିକ୍ରିପାଇଁ ଡ୍ରଗ କନଟ୍ରୋଲର ଜେନେରାଲ ଅନୁମୋଦନ ଦେଇଛନ୍ତି । କରୋନା ବିରୋଧୀ ଲଢେଇରେ ଏହା ଆଉ ଏକ ଅସ୍ତ୍ର ବୋଲି କୁହାଯାଇଛି । ଆମେରିକାର ଉତାହା ଷ୍ଟେଟ ୟୁନିଫରସିଟି ଏହି ସ୍ରେ କୁ ନେଇ କରିଥିବା ଅଧ୍ୟୟନ କରିଛି । ଅଧ୍ୟୟନରୁ ଜଣାପଡିଛି ଯେ, ଏହି ସ୍ପ୍ରେ କରୋନା ଭୂତାଣୁ ଆଲ୍ଫା, ବିଟା, ଗାମା, ଡେଲ୍ଟା ସମେତ ସବୁ ପ୍ରଜାତିର ଭୂତାଣୁ ମାରିବାରେ ୯୯ ପ୍ରତିଶତ ପ୍ରଭାବି ହେବ ।
Follow Us