ଶ୍ରଦ୍ଧା ହତ୍ୟାକାଣ୍ଡ ପରେ ରାଜଧାନୀ ଦିଲ୍ଲୀରେ ଆଉଏକ ବିଭତ୍ସ ହତ୍ୟାକାଣ୍ଡ । ଲିଭ-ଇନ ପାର୍ଟନରଙ୍କୁ ନିର୍ମମ ହତ୍ୟା

155

କନକ ବ୍ୟୁରୋ : ପୁଣି ଥରେ ବିଭତ୍ସ ହତ୍ୟାରେ ଥରିଛି ରାଜଧାନୀ ଦିଲ୍ଲୀ । ତିଲକ ନଗରରେ ଲିଭ ଇନ୍-ପାର୍ଟନରଙ୍କୁ ହତ୍ୟା କରି ଦିଲ୍ଲୀରୁ ଫେରାର ଥିବା ଅପରାଧୀକୁ ପଂଜାବରୁ ଗିରଫ କରାଯାଇଛି । ମନପ୍ରୀତ ନାମକ ଏହି ଅଭିଯୁକ୍ତ ରେଖାରାଣୀ ନାମ୍ନୀ ମହିଳାଙ୍କ ସହ ଦୀର୍ଘ ବର୍ଷ ହେବ ଲିଭ ଇନ ରିଲେସନସିପରେ ରହୁଥିଲେ । କିଛି ଦିନ ହେବ ଏମାନଙ୍କ ମଧ୍ୟରେ ମନୋମାଳିନ୍ୟ ଓ ଝଗଡ଼ା ହେବା ପରେ ଶେଷରେ ରାଣୀଙ୍କୁ ହତ୍ୟା କରି ପଟିଆଲା ଚାଲିଯାଇଥିଲା ମନପ୍ରୀତ ।

ତେବେ ଦିଲ୍ଲୀ କ୍ରାଇମ ବ୍ରାଂଚ ସିସିଟିଭି ଫୁଟେଜ ଓ ଟେକ୍ନିକାଲ ସର୍ଭିଲାନ୍ସ ଜରିଆରେ ଅପରାଧୀ ନିକଟରେ ପହଁଚି ତାକୁ ଗିରଫ କରିଛି । ୨୦୧୫ ମସିହାରୁ ରାଣୀ ଓ ତାର ଝିଅକୁ ନେଇ ମନପ୍ରୀତ ତିଲକ ନଗରରେ ରହି ଆସୁଥିଲା । ମୃତ ମହିଳାଙ୍କ ଝିଅ କହିଛି ଅର୍ଥଅଭାବକୁ ନେଇ ଦୁଇଜଣଙ୍କ ମଧ୍ୟ ସବୁବେଳେ ପାଟିତୁଣ୍ଡ ହୁଏ । ତେବେ ଡିସେମ୍ବର ୧ରେ ରହୁଥିବା ଘରେ ରାଣୀକୁ ହତ୍ୟା କରି ମନପ୍ରୀତ ଫେରାର ହୋଇଥିଲା । ତେବେ ଝିଅକୁ ସନ୍ଦେହ ହେବା ପରେ ସେ ପୁଲିସକୁ ସୂଚନା ଦେଇଥିଲା । ଏହି ସୂଚନା ଆଧାରରେ ହତ୍ୟାର ୨୪ ଘଂଟା ଭିତରେ ଅଭିଯୁକ୍ତ ଧରିବାରେ ସଫଳ ହୋଇଛି ପୁଲିସ ।