ପରୀ ହତ୍ୟା ମାମଲାରେ ହାଇକୋର୍ଟରେ ଆଉ ଏକ ମିସ କେସ ଦାୟର । ବାବୁଲି ନାୟକର ପଲିଗ୍ରାଫ୍ ଟେଷ୍ଟ କରିବାକୁ କୋର୍ଟରେ ଆବେଦନ

193

କନକ ବ୍ୟୁରୋ : ପରୀ ହତ୍ୟା ମାମଲାରେ ହାଇକୋର୍ଟରେ ଆଉ ଏକ ମିସ କେସ ଦାୟର ହୋଇଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ମାମଲା ଦାୟର ହୋଇଛି । ଏଫଆଇଆରରେ ନାଁ ଥିବା ବ୍ୟକ୍ତିଙ୍କ ପଲିଗ୍ରାଫ ଟେଷ୍ଟ କରିବାକୁ ଆବେଦନ କରାଯାଇଛି । ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ମାମଲାରେ ଆବେଦନ କରାଯାଇଛି ।

ଏଯାଏ ତଦନ୍ତରେ ଅଭିଯୁକ୍ତ କିଏ ତାହା ସ୍ପଷ୍ଟ ହେଉନାହିଁ । ତେଣୁ ଘଟଣାର ଅନ୍ୟତମ ସନ୍ଦିଗ୍ଧ ବାବୁଲି ନାୟକଙ୍କ ପଲିଗ୍ରାଫ ଟେଷ୍ଟ କରାଯାଉ ବୋଲି କୋର୍ଟରେ ଆବେଦନ କରାଯାଇଛି ।

ପରୀ ହତ୍ୟା ମାମଲାରେ ଏସଆଇଟି ତଦନ୍ତ ପରେ ଅଭିଯୁକ୍ତ ସରୋଜକୁ ଗିରଫ କରାଯାଇଛି । ତେବେ ଅଭିଯୁକ୍ତ ହତ୍ୟା କରିଥିବା ନେଇ ମାନିଛି ବୋଲି ଏସଆଇଟି କହିଛି । ତେବେ ଏସଆଇଟି ତଦନ୍ତ ପରେ ବି ପରୀର ବାପା ମା ବାବୁଲି ନାୟକ ବିରୋଧରେ ଅଭିଯୋଗ କରୁଛନ୍ତି ।