କରୋନାରେ ଆକ୍ରାନ୍ତ ହେଲେ ରାଜ୍ୟର ଆଉ ଜଣେ ମନ୍ତ୍ରୀ । ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ରିପୋର୍ଟ ଆସିଛି ପଜିଟିଭ୍

161

କନକ ବ୍ୟୁରୋ : ରାଜ୍ୟରେ ଆଉ ଜଣେ ମନ୍ତ୍ରୀଙ୍କୁ କରୋନା ଆକ୍ରାନ୍ତ । ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଟୁଇଟ କରି କରୋନା ଆକ୍ରାନ୍ତ ହୋଇଥିବା ସେ ସୂଚନା ଦେଇଛନ୍ତି । ରିପୋର୍ଟ ପଜିଟିଭ ଆସିବା ପରେ ସେ ହୋମ ଆଇସୋଲେସନରେ ଥିବା ବେଳେ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଟୁଇଟ କରିଛନ୍ତି ।

ଏଥିସହ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଆବଶ୍ୟକ ହେଲେ କୋଭିଡ ଟେଷ୍ଟ କରିବାକୁ ପରାମର୍ଶ ଦେଇଛନ୍ତି । ମନ୍ତ୍ରୀ ଟୁକୁନି ସାହୁଙ୍କୁ ମିଶାଇ ରାଜ୍ୟର ୫ ଜଣ ମନ୍ତ୍ରୀ କରୋନା ଆକ୍ରାନ୍ତ ହୋଇଛନ୍ତି । ପୂର୍ବରୁ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ସୁଶାନ୍ତ ସିଂ, ଅରୁଣ ସାହୁ, ପଦ୍ମିନୀ ଦିଆନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।