ଭିଜିଲାନ୍ସ ଜାଲରେ ଆଉ ଜଣେ କୋଟିପତି ସହକାରୀ ଯନ୍ତ୍ରୀ : ୧ କୋଟି ୫୫ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ କଲା ଭିଜିଲାନ୍ସ ; ଯନ୍ତ୍ରୀଙ୍କ ନାଁରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ରହିଛି ୧୯ ଟି ପ୍ଲଟ୍

158

କନକ ବ୍ୟୁରୋ : ଆଉ ଜଣେ କୋଟିପତି ଯନ୍ତ୍ରୀଙ୍କୁ ଠାବ କରିଛି ଭିଜିଲାନ୍ସ । ଭୁବନେଶ୍ୱର ଆର-ଆଣ୍ଡ- ବି ଡିଭିଜନ-୫ର ସହକାରୀ ଯନ୍ତ୍ରୀ ସାରଦା ପ୍ରସାଦ ଗୌଡଙ୍କ ବାସଭବନ ସମେତ ୪ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଚଢ଼ାଉ ସମୟରେ ତାଙ୍କ ନିକଟରୁ ୧ କୋଟି ୫୫ ଲକ୍ଷ ୪୮ ହଜାର ୫୧୭ ଟଙ୍କାର ସମ୍ପତି ଠାବ କରାଯାଇଛି ।

ତାଲିକାରେ ସାରଦାଙ୍କର ଭୁବନେଶ୍ୱରରେ ୪୭ ଲକ୍ଷ ୮୫ ହଜାର ୩୪୦ ଟଙ୍କାର ଏକ ତିନି ମହଲା ବିଶିଷ୍ଟ ଘର, ବ୍ରହ୍ମପୁରରେ ୩୬ ଲକ୍ଷ ୧୧ ହଜାର ଟଙ୍କା ମୂଲ୍ୟର ଏକ ଫ୍ଲାଟ୍, ଗଞ୍ଜାମର ବିଭିନ୍ନ ସ୍ଥାନରେ ୧୯ଟି ପ୍ଲଟ, ଗୋଟିଏ ୪ ଚକିଆ ଗାଡି , ୨ଟି ଦୁଇ ଚକିଆ ଗାଡି, ବ୍ୟାଙ୍କ ଓ ପୋଷ୍ଟଅଫିସରେ ୧୨ ଲକ୍ଷ ୮୫ ହଜାର ୫୭୧ ଟଙ୍କା, ଇନସୁରାନ୍ସରେ ୭ ଲକ୍ଷ ୨୮ ହଜାର ୯୮୦ ଟଙ୍କା, ୩ ଲକ୍ଷ ୧୬ ହଜାର ୮୪୦ ଟଙ୍କା ମୂଲ୍ୟର ସୁନା ଅଳଙ୍କାର, ନଗଦ ୫୪ ହଜାର ଟଙ୍କା ଓ ୧୫ ଲକ୍ଷ ୪୫ ହଜାର ଟଙ୍କାର ଘରକରଣା ସାମଗ୍ରୀକୁ ଠାବ କରିଛି ଭିଜିଲାନ୍ସ ।