କଟକ ଆଇଆଇଏଫଏଲ ଲୁଟ ଘଟଣାରେ ସଂସ୍ଥାର ସୁରକ୍ଷାକର୍ମୀ ଗିରଫ । ଲୁଟ ଦିନ ଜାଣିଶୁଣି ପୁଲିସ ପାଖେ ଦେଇଥିଲେ ଏତଲା

240

କନକ ବ୍ୟୁରୋ : କଟକ ନୟାସଡ଼କ ଆଇଆଇଏଫଏଲ ଲୁଟ ଘଟଣାରେ ଆଉ ଜଣେ ଗିରଫ । ସଂସ୍ଥାର ସୁରକ୍ଷା କର୍ମୀଙ୍କୁ ଗିରଫ କରାଯାଇଛି । ଲୁଟ ଦିନ ଜାଣିଶୁଣି ପୁଲିସ ପାଖେ ଏତଲା ଦେଇଥିଲା ସୁରକ୍ଷାକର୍ମୀ ହରମୋହନ ଦାସ । ଲୁଟ ପୂର୍ବରୁ ମାଷ୍ଟର ମାଇଣ୍ଡ ଲାଲା ସହ ଗୁପ୍ତରେ ଭେଟିଥିଲା । ପୂର୍ବରୁ ୧୦ ଜଣଙ୍କୁ ଏହି ଘଟଣାରେ ଗିରଫ କରାଯାଇଥିବା ବେଳେ ୧୦ କିଲୋର ସୁନା ଅଳଙ୍କାର ଏଯାଏ ଜବତ ହୋଇଛି ।

କଟକ ଆଇଆଇଏଫଏଲ ଲୁଟ ଘଟଣାରେ ପର୍ଦ୍ଦାଫାସ କରିଛି ପୋଲିସ । ଏହି ଘଟଣାରେ ଏଯାଏଁ ଯ୦ ଜଣ ଗିରଫ ହୋଇ ସାରିଛନ୍ତି । ଲୁଟରେ ସଂସ୍ଥାର କର୍ମଚାରୀମାନେ ସଂମ୍ପକ୍ତ ଥିବା ପୋଲିସ ପକ୍ଷରୁ କୁହାଯାଇଛି । ଅତି ଚତୁରତାର ସହ ଏହି ଲୁଟ କରିଥିଲେ ଲୁଟେରା ।