ନକ୍ସଲଙ୍କ ବର୍ବରକାଣ୍ଡ : ପୁଲିସ ଇନଫର୍ମର ସନ୍ଦେହରେ ଘରୁ ଡ଼ାକି ନେଇ କଲେ ନିର୍ମମ ହତ୍ୟା; ଆନ୍ଧ୍ର ଓଡ଼ିଶା ସୀମାନ୍ତ ଅଂଚଳରେ ଘଟିଛି ଘଟଣା

 ନିରିହ ଆଦିବାସୀଙ୍କୁ ହଇରାଣ  କରିବା ଓ ଗଂଜେଇ ବ୍ୟବସାୟରେ ଲିପ୍ତ ଥିବା ନେଇ ଚିଠି ଲେଖିଲେ ମାଓବାଦୀ

58

କନକ ବ୍ୟୁରୋ : ନକ୍ସଲଙ୍କ ବର୍ବରକାଣ୍ଡ । ପୁଲିସ ଇନଫର୍ମର ସନ୍ଦେହରେ ଘରୁ ଡ଼ାକି ନେଇ ନିର୍ମମ ହତ୍ୟା କଲେ ନକ୍ସଲ । ଏପରି ଛାତିଥରା, ଲୋମଟାଙ୍କୁରା ଘଟଣା ଆନ୍ଧ୍ର ଓଡ଼ିଶା ସୀମାନ୍ତ ଅଂଚଳରେ ଘଟିଛି ହତ୍ୟାକାଣ୍ଡ । ମୃତକ ହେଉଛନ୍ତି ଆନ୍ଧ୍ରପ୍ରଦେଶ ବିଶାଖାପାଟନାମ ଜିଲ୍ଲା ଚିନ୍ତାଗୁରୁ ଗାଁର ସତୀଶ ବାବୁ ।

ସତୀଶକୁ ଗତକାଲି ରାତି ପ୍ରାୟ ୨ଟା ବେଳେ ୨୦ରୁ ଅଧିକ ନକ୍ସଲ ଘରୁ ଡ଼ାକି ନେଇ ଗାଁ ମୁଣ୍ଡରେ ହତ୍ୟା କରିଥିଲେ । ପୁଲିସ ଇନଫର୍ମର କହି ହାତ ବାନ୍ଧି ଧାରୁଆ ହସ୍ତ୍ର ମାଧ୍ୟମରେ ତାଙ୍କୁ ହତ୍ୟା କରିଛନ୍ତି । ଏବଂ ଘଟଣାସ୍ଥଳରେ ଏକ ଚିଠି ଛାଡ଼ି ଦେଇ ଚାଲିଯାଇଥିଲେ । ମାଓବାଦୀମାନେ ଚିଠିରେ ପୋଲିସ ଇନଫର୍ମର ଓ ଗଂଜେଇ ବ୍ୟବସାୟ କରିବା ଏବଂ ଆଦିବାସୀଙ୍କୁ ହଇରାଣ କରୁଥିବାରୁ ମାଓବାଦୀମାନେ ତାଙ୍କୁ ହତ୍ୟା କରିଥିବା ଚିଠିରେ ଦର୍ଶାଇଛନ୍ତି ।