ପୁଣି ଏକ ବଡ ଧରଣର ବ୍ୟାଙ୍କ୍ ଠକେଇ । ଜାହାଜ ନିର୍ମାଣକାରୀ ସଂସ୍ଥା ସିପ୍ୟାଡ ଦେଶର ୨୮ଟି ବ୍ୟାଙ୍କ୍ ଏବଂ ଆର୍ଥିକ ସଂସ୍ଥାକୁ ଚୂନ ଲଗେଇଥିବା ସୂଚନା

ପୁଣି ଏକ ବଡ ଧରଣର ବ୍ୟାଙ୍କ୍ ଠକେଇ । ଜାହାଜ ନିର୍ମାଣକାରୀ ସଂସ୍ଥା ସିପ୍ୟାଡ ଦେଶର ୨୮ଟି ବ୍ୟାଙ୍କ୍ ଏବଂ ଆର୍ଥିକ ସଂସ୍ଥାକୁ ଚୂନ ଲଗେଇଥିବା ସୂଚନା

କନକ ବ୍ୟୁରୋ : ପୁଣି ଏକ ବଡ ଧରଣର ବ୍ୟାଙ୍କ୍ ଠକେଇ ସାମ୍ନାକୁ ଆସିଛି । ଦେଶର ୨୮ଟି ବ୍ୟାଙ୍କ୍ ଏବଂ ଆର୍ଥିକ ସଂସ୍ଥା ଏହି ଠକେଇର ଶିକାର ହୋଈଛନ୍ତି । ଗୁଜୁରାଟର ଏକ ଘରୋଇ ଜାହାଜ ନିର୍ମାଣକାରୀ ସଂସ୍ଥା ସିପ୍ୟାଡ ଲିମିଟେଡ୍ ଏହି ଠକେଇ କରିଛି । ଏହା ଭାରତର ହେଉଛି ସବୁଠୁ ବଡ ବ୍ୟାଙ୍କ ଠକେଇ ବୋଲି କୁହାଯାଉଛି । କମ୍ପାନୀ ମୋଟ ୨୨ ହଜାର ୮୪୨ କୋଟି ଟଙ୍କା ଠକେଇ କରିଥିବା ନେଇ ସୂଚନା ମିଳିଛି ।
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ୨୯ ଶହ ୨୫ କୋଟି ଟଙ୍କାର ଠକେଇର ଶିକାର ହୋଇଥିବା ବେଳେ ଆଇସିଆଇସିଆଇ ୭ ହଜାର ୬ ଶହ ୮୯ କୋଟି, ଆଈଡିବିଆଇ ବ୍ୟାଙ୍କ ୩୬ ଶହ ୩୪ କୋଟି, ବ୍ୟାଙ୍କ ଅଫ୍ ବରୋଦା ୧୬ ଶହ ୧୪ କୋଟି, ପିଏନବି ୧୨ ଶହ ୪୪ କୋଟି ଏବଂ ଇଣ୍ଡିଆନ ଓଭରସିକ୍ ବ୍ୟାଙ୍କ ୧୨ ଶହ ୨୮ କୋଟି ଟଙ୍କା ଠକେଇର ଶିକାର ହୋଇଥିବା ନେଇ ସୂଚନା ମିଳିଛି । ଏନେଇ କମ୍ପାନୀର ନିର୍ଦ୍ଦେଶକଙ୍କ ମାନଙ୍କନାଁରେ ଜାତୀୟ ତଦନ୍ତକାରୀ ସଂସ୍ଥା(ସିବିଆଇ) ମାମଲା ରୁଜୁ କରିଛି । କମ୍ପାନୀର ବର୍ତମାନର ସିଏମସି ଋଷି କମଲେଶ ଅଗ୍ରୱାଲ, କମ୍ପାନୀର ସିଇଓ ସନ୍ଥନମ ମୁଥସ୍ୱାମୀ, ନିର୍ଦ୍ଦେଶକ ଅଶ୍ୱିନୀ କୁମାର, ଶୁଶିଲ କୁମାର ଅଗ୍ରୱାଲ ଏବଂ ରବି ବିମଲ ନେଭେଟିଆଙ୍କ ବିରୋଧର ସିବିଆଇ ମାମଲା ରୁଜୁ କରିଛି । ଏହା ପୂର୍ବରୁ ହୀରା ବ୍ୟବସାୟୀ ନୀରବ ମୋଦି ଏବଂ ମେହୁ ଚୋକସି ୧୪ ହଜାର କୋଟି ଟଙ୍କାର ବ୍ୟାଙ୍କ ଠକେଇ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe