୩୧ରେ ସୃଷ୍ଟି ହୋଇପାରେ ଆଉଏକ ଘୂର୍ଣ୍ଣିବଳୟ: ପରବର୍ତ୍ତୀ ସମୟରେ ନେଇପାରେ ଲଘୁଚାପରର ରୂପ

Advertisment
୩୧ରେ ସୃଷ୍ଟି ହୋଇପାରେ ଆଉଏକ ଘୂର୍ଣ୍ଣିବଳୟ: ପରବର୍ତ୍ତୀ ସମୟରେ ନେଇପାରେ ଲଘୁଚାପରର ରୂପ

କନକ ବ୍ୟୁରୋ: ଦକ୍ଷିଣ ଓଡ଼ିଶାରେ ବର୍ଷା ବିତ୍ପାତ। କୋରାପୁଟ ଓ ମାଲକାନଗିରିରେ ଲାଗିରହିଛି ବର୍ଷା। ଫଳରେ ଗୋଦାବରୀ ନଦୀ ଫୁଲିବାରେ ଲାଗିଛି। ତଳିଆ ଅଞ୍ଚଳର ଲୋକ ଭୟଭୀତ ହୋଇ ରହିଛନ୍ତି। କୋରାପୁଟ ଜିଲ୍ଲାରେ ୧୨ଦିନ ହେଲା ଲାଗିରହିଛି ବର୍ଷା। ଗତକାଲି କୋରାପୁଟରେ ରେକର୍ଡ ପରିମାଣର ବର୍ଷା ହୋଇଛି। ଗୋଟିଏ ଦିନରେ ୯୪୯ ଦଶମିକ ୧ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ବି ଲାଗିରହିଛି। ସେହିପରି ମାଲାକାନଗିରିରେ ବର୍ଷା ବିତ୍ପାତ। ପ୍ରବଳ ବର୍ଷା ଯୋଗୁଁ ମାଟି ଅତଡା ଖସି ଧୋଇଗଲା ରାସ୍ତା। ବାୟାପଡ଼ା ଘାଟିରେ ରାସ୍ତା ଉପରେ ଚାଲିଛି ପାଣି। ଫଳରେ ୧୮ଟି ଗାଁର ଲୋକେ ପ୍ରଭାବିତ ହୋଇଛନ୍ତି। ରାସ୍ତା ପାର ପାଇଁ ନିଜେ ପ୍ରସ୍ତୁତ କରିଛନ୍ତି କାଠ ପୋଲ। ଏହାରି ଉପରେ ବିପଦ ଶଙ୍କୁଳ ଅବସ୍ଥାରେ ଯାତ୍ରା କରୁଛନ୍ତି। ବର୍ଷା ପାଇଁ ଅନେକ ସ୍ଥାନରେ ବିଦ୍ୟୁତ ଓ ମୋବାଇଲ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe